ବଲାଙ୍ଗିର ଲ’କଲେଜରେ ପ୍ରବେଶ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବଲାଙ୍ଗିର ଆଇନ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ମହାବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଛାତ୍ର ସଂସଦ ପକ୍ଷରୁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଥମ କରି କଲେଜକୁ ପାଦ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ବରିଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀମାନେ ପୁଷ୍ପଗୁଚ୍ଛ ଓ ସିନ୍ଦୁର ଲଗାଇ ସ୍ୱାଗତ କରିଥିଲେ । ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଜୀବ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅଧ୍ୟାପକ କ୍ରୀଷ୍ଣା କିଶୋର ଆଚାର୍ଯ୍ୟ ଓ ଅନିମେଶ ପଣ୍ଡା, ବରିଷ୍ଠ ବିଭାଗର ଛାତ୍ର ପ୍ରତିନିଧି ମନୋରଂଜନ ସାହୁ ମଞ୍ଚାସୀନ ହୋଇଥିଲେ । ଅତିଥି ଗଣ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଆଇନ ପାଠ, ଶିକ୍ଷା ଓ ଏଥିରେ ରହିଥିବା ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ । ଛାତ୍ର ରିତେଶ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଛାତ୍ରୀ ଖୁସବୁ ଜୈନ କବିତା ପାଠ କରି ଆଗାମୀ ତିନି ବର୍ଷ ପାଇଁ କଲେଜ କ୍ୟାମ୍ପସରେ ଦାୟିତ୍ୱ ଓ କର୍ତ୍ତବ୍ୟ ସମାପନ କରିବାକୁ ଆହ୍ୱାନ ଦେଇଥିଲେ । ନୂତନ ଛାତ୍ରଛାତ୍ରୀମାନେ ପ୍ରବେଶ ଉତ୍ସବରେ ନିଜ ଭିତରେ ଥିବା ପ୍ରତିଭା ପ୍ରଦର୍ଶନ କରିଥିବା ବେଳେ ପରିଚୟର ଆଦାନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟ ରଂଜନ ପାଢୀ, ରଶ୍ମିତା ବାଗ, ଜାଗୃତି ସାହୁ, ସ୍ୱାଗତିକା ପଧାନ, ସୁପ୍ରମା ବହିଦାର, ବିକ୍ରମ ଷଡଙ୍ଗୀ, ସନ୍ତୋଷ ଠାକୁର, ସୁଧାଂଶୁ ଶ୍ରୀମୋହନ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.