om academy

ପ୍ରବଳ ବର୍ଷା ଯୋଗୁଁ ୬ ଜଣଙ୍କର ମୃତ୍ୟୁ

jsm

ନୂଆଦିଲ୍ଲୀ : ଶୁକ୍ରବାର ଦିନ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୨୮.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବାରୁ ସହରର ଅନେକ ଅଂଶ ଜଳବନ୍ଦୀ ହୋଇ ରହିଛି ଏବଂ ଅନେକ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ କାଟ ଘଟିଛି । ଦିଲ୍ଲୀରେ ବର୍ଷା ସମ୍ବନ୍ଧୀୟ ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ପିଲା ବର୍ଷା ଜଳ ଭର୍ତ୍ତି ଖାଲରେ ବୁଡ଼ି ଯାଇଥିବା ସୂଚନା ରହିିଛି । ରାଜଧାନୀ ଦିଲ୍ଲୀରେ ମୌସୁମୀ ପହଞ୍ଚିବା ପରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆସନ୍ତା ପାଞ୍ଚ ଦିନ ମଧ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରିଛି ଏବଂ ଦିଲ୍ଲୀର କିଛି ଅଂଶ ଜୁଲାଇ ୧ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.