om academy

ରାଜସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ : ୪୮. ୮ ଡିଗ୍ରୀ ରେକର୍ଡ

jsm

ରାଜସ୍ଥାନ : ରାଜସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ରାଜସ୍ଥାନର ବାଡମେର ସହରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ବାଡମେରରେ ଦିନର ସର୍ବାଧିକ ତାପମାତ୍ରା ୪୮.୮ ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରଭାବରେ ରାଜସ୍ଥାନରେ ୬ ଜଣଙ୍କ ମତ୍ୟୁ ହୋଇଥିବା ସୂଚନା ମିଳିଛି । ଦିନର ଅସହ୍ୟ ତାପମାତ୍ରାକୁ ଆଖିରେ ରଖି ବାଡମେର ସହରରେ ପ୍ରଶାସନ ପକ୍ଷରୁ ପାଣି ସିଂଚନ କରାଯାଉଛି । ସ୍ଥିତିକୁ ଆଖିରେ ରଖି ରାଜସ୍ଥାନର ୨୨ ଜିଲ୍ଲାକୁ ରେଡ୍‌ ଅଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୨ ଜିଲ୍ଲାର ସମସ୍ତ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.