୫ ଲିଟର ଦେଶୀ ପାଉଚ୍‌ ମଦ ଜବତ୍‌ କଲା ପୁଇଁତଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୫ ଲିଟର ଦେଶୀ ପାଉଚ୍‌ ମଦ ଜବତ୍‌ କରିଛି ପୁଇଁତଲା ପୋଲିସ । ପୁଇଁତଲା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୫ ଲିଟର ୮ ଶହ ଗ୍ରାମ ଦେଶୀ ପାଉଚ୍‌ ମଦ ଜବତ୍‌ ହୋଇଥିବା ସୂଚନା ମିଳିଛି । ପୁଇଁତଲା ଥାନା ଅନ୍ତର୍ଗତ ଛତାପିପଲ ଗାଁର ହୁଲେଶ୍ୱର କଲତା(୩୧)ଙ୍କ ଠାରୁ ଚଢ଼ାଉ ବେଳେ ପୁଇଁତଲା ପୁଲିସ ତାଙ୍କଠାରୁ ମଦ ଜବତ୍‌ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Leave A Reply

Your email address will not be published.