
ବରଗଡ, (ମୁନ୍ନା ସାହୁ) : ବରଗଡ଼ର ଆମିଷ ବଜାର ଉଚ୍ଛେଦ ସମୟରେ ପୌରପ୍ରଶାସନ ଓ ଦୋକାନୀଙ୍କ ମଧ୍ୟରେ ଉତ୍ତେଜନା । ଏନେଇ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ପ୍ରତିକ୍ରିୟା ରଖିଲେ ଦୋକାନୀ । ସୂଚନା ଅନୁସାରେ ବରଗଡ଼ ସହରର ପ୍ରାଇଭେଟ ବସଷ୍ଟାଣ୍ଡରୁ ପୁରୁଣା ରିଜର୍ଭ ପୋଲିସ ଛକ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ ପାଇଁ ପୌରପରିଷଦ ଡାକବାଜି ଯନ୍ତ୍ର ସାହାଯ୍ୟରେ ଦୋକାନ ଗୃହ ଖାଲି କରିବା ପାଇଁ ଜବର ଦଖଲକାରୀଙ୍କୁ ଜଣାଇଥିଲା । ତେବେ ବରଗଡ଼ ପ୍ରାଇଭେଟ ବସଷ୍ଟାଣ୍ଡ ରାସ୍ତାରେ ଥିବା ଆମିଷ ବଜାରରେ ପ୍ରାୟ ୫୦ ଗୋଟି ପରିବାର ନିଜ ପେଟ ପୋଷୁଛନ୍ତି । ଜିଲ୍ଲାପ୍ରଶାସନ ତାଙ୍କ ପାଇଁ ପଛ ସାଇଡ ଦୋକାନ ମଧ୍ୟ ନିର୍ମାଣ କରିଛି କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ଦୋକାନମାନେ ଦେଉନାହାନ୍ତି । ତେବେ ଦୋକାନୀମାନଙ୍କୁ ଥଇଥାନ କରାଇ ଦୋକାନ ଉଚ୍ଛେଦ କରାଯାଉ ବୋଲି ପୌରପ୍ରଶାସନକୁ ଅନୁରୋଧ କରିଛନ୍ତି ଦୋକାନୀ ।