
ବରଗଡ, (ମୁନ୍ନା ସାହୁ) : ଆଜି ମଧ୍ୟାହ୍ନ ୧୨ଟା ସମୟରେ ଜବର ଦଖଲ ଜମି ଚିହ୍ନଟ ସହ ଜବର ଦଖଲକାରୀଙ୍କୁ ନୋଟିସ ଦେଲା ବରଗଡ ପୌରପରିଷଦ । ବରଗଡ଼ ସହରର ବହୁ ଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ପାଇ ଆରମ୍ଭ ହୋଇଛି ଚିହ୍ନଟ ପ୍ରକ୍ରିୟା । ଏହି କ୍ରମରେ ଆଜିଠାରୁ ପୁଣି ଜବରଦଖଲ ଅଂଶ ଚିହ୍ନଟ କରାଯାଉଛି । ପୌର ପ୍ରଶାସନର ଉପସ୍ଥିତିରେ ରାଜସ୍ୱ ବିଭାଗ କର୍ମଚାରୀମାନେ ଚିହ୍ନଟ ପ୍ରକ୍ରିୟାରେ ସାମିଲ ଅଛନ୍ତି । ଚିହ୍ନଟ ଅଂଶକୁ ଲାଲ ରଙ୍ଗରେ ସୂଚାଇ ଦିଆଯାଉଛି । ସେହି ଚିହ୍ନିତ ଅଂଶକୁ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି । ଏହାସହ ଜବର ଦଖଲକାରୀଙ୍କୁ ନୋଟିସ ଦେଇ ଜାଗା ଖାଲି କରିବା ପାଇ ପୌରପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି ।