oom

ହେଲ୍ପ ଟ୍ରଷ୍ଟ ପକ୍ଷରୁ ପୌଢଶିକ୍ଷା କାର୍ଯ୍ୟକ୍ରମ

jsmm

ରେଙ୍ଗାଲି : ଗୁରୁଦୁବସ ଅବସରରେ ହେଲ୍ପ ଟ୍ରଷ୍ଟ୍‍ ପକ୍ଷରୁ ରେଙ୍ଗାଲି ଅଞ୍ଚଳରେ ପୌଢଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅବସରରେ ରେଙ୍ଗାଲି ପୁରୁନଣାବସ୍ତି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ହେଲ୍ପ ଟ୍ରଷ୍ଟର ନିର୍ଦ୍ଦେଶକ ଅଶୋକ ମଲ୍ଲିକ ଯୋଗ ଦେଇ ପୌଢଶିକ୍ଷା ଅଭିଯାନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ମହିଳା ଯୋଗ ଦେଇଥିଲେ । ରେଙ୍ଗାଲି ବ୍ଲକ ଅଞ୍ଚଳର ୧୫ଟି ଗ୍ରାମରେ ୧୫ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କଙ୍କ ଶିକ୍ଷାଦାନ ପାଇଁ ଶିକ୍ଷା କେନ୍ଦ୍ର ଖୋଲାଯାଇ ଶିକ୍ଷାଦାନ କାର୍ଯ୍ୟ ଶୁଭାରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ସଂପୃକ୍ତ ଶିକ୍ଷା କେନ୍ଦ୍ରରେ ନିଯୁକ୍ତ ଶିକ୍ଷୟିତ୍ରୀମାନଙ୍କୁ ଅବଶ୍ୟକ ଅଫିସ ରେଜିଷ୍ଟର ଏବଂ ପାଠ୍ୟ ପୁସ୍ତକ ସାମଗ୍ରୀ ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.