oom

ଘର ନିର୍ମାଣ ପାଇଁ ସରକାରୀ ନଳ କୂପ ପୋତି ଦେଲେ

jsmm

ସଇଁତଳା : ବଲାଙ୍ଗିର ଜିଲ୍ଲା ସଇଁତଳା ବାଳିକା ହାଇସ୍କୁଲ ସାମ୍ନାରେ ଥିବା ସରକାରୀ ନଳକୂପକୁ ପୋତି ଦିଆଯାଇଛି । ଦୀର୍ଘ ବର୍ଷ ହେଲା ସରକାରୀ ଜମିରେ ସରକାରଙ୍କ ପକ୍ଷରୁ ନଳକୂପ ଖନନ କରାଯାଇଥିଲା । ଏହି ନଳକୂପରୁ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ବାଟୋଇ ଏହି ନଳକୂପ ଉପରେ ନିର୍ଭର କରୁଥିଲେ । ହେଲେ କିଛିଦିନ ହେବ ଜଣେ ବ୍ୟକ୍ତି ନିଜ ଘର ସାମ୍ନାରେ ଥିବାରୁ ଏହି ନଳକୂପକୁ ନଷ୍ଟ କରି ପୋତି ଦିଆଯାଇଥିବା ଦେଖିବାକୁ ମିଳିଛି । ଏନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଘର ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ଏନେଇ ଆର ଡ଼ବ୍ଲୁ ଏସ ଏସ ଯନ୍ତ୍ରୀ ଇତିଶ୍ରୀ ଦେହୁରୀଙ୍କୁ ପଚାରିବାରୁ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.