ତୁଷୁରା, (କେପିଏନ୍ଏସ୍) : ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଶିଶୁ ଦିବସ ଓ ଚଳିତ ଶିକ୍ଷା ବର୍ଷର ପୋଷାକ ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନ୍ଏସି ତୁଷୁରାର ଉପାଧ୍ୟକ୍ଷା ମାମି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କୁ ଆଶୀର୍ବଚନ ପ୍ରଦାନ କରିବା ସହ ନୂତନ ପୋଷାକ ବଣ୍ଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସିଆର୍ସିସି ଜଗମୋହନ ତ୍ରିପାଠୀ ଯୋଗ ଦେଇ ଶିଶୁ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ପୋଷାକ ବଣ୍ଟନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ଉପ-ସଭାପତି ଜନନୀ ଧରୁଆ ଓ ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ ମଞ୍ଚାସୀନ ଥିଲେ । ଶିକ୍ଷୟିତ୍ରୀ ରଞ୍ଜିତା ନାଗ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶିକ୍ଷୟିତ୍ରୀ ବିନ୍ଦୁ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ଆକାଂକ୍ଷା ରାଣୀ ଯୋଶୀ ସହଯୋଗ କରିଥିଲେ। ଏଥିରେ ପରିଚାଳନା ସମିତିର ସଦସ୍ୟ ସଦସ୍ୟା ଓ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ । ଶିଶୁ ଦିବସ ଅବସରରେ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ଶିଶୁ ମାନଙ୍କୁ ମଧ୍ୟାହ୍ନ ଭୋଜନ ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।