oom

ନୂତନ ପୋଷାକ ବିତରଣ ଉତ୍ସବ

jsmm

ଚୌଦ୍ୱାର : ସ୍ଥାନୀୟ କଳିଙ୍ଗ ନୋଡାଲ ବିଦ୍ୟାପୀଠରେ ଛାତ୍ରଛାତ୍ରୀମାନଙ୍କୁ ନୂତନ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର କଟକ ବିଧାୟକ ସୌଭିକ୍‌ ବିଶ୍ୱାଳ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନୂତନ ପୋଷାକ ବିତରଣ କରିଥିଲେ । ପ୍ରଧାନ ଶିକ୍ଷକ ଗୌତମ ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, କାଉନସିଲର ଆଶୁତୋଷ ଦାସ, ବିଜୟ କୁମାର ମଲ୍ଲିକ, କବିତାରାଣୀ ଲେଙ୍କା, ପରିଚାଳନା କମିଟି ଅଧ୍ୟକ୍ଷ ଜୟନ୍ତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ତପସ୍ୱିନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଧାୟକ ଉକ୍ତ ରୂପାନ୍ତରୀକରଣ ବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ଓ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ ।

jittmm
Leave A Reply

Your email address will not be published.