ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ଅନ୍ତର୍ଗତ ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପି.ଏମ୍ ପୋଷଣରେ କାର୍ଯ୍ୟ କରୁଥିବା ପାଚିକାମାନଙ୍କ ପ୍ରଥମ ପର୍ଯ୍ୟାୟ ବ୍ଲକସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡୁଙ୍ଗୁରିପାଲି ଗୋଷ୍ଠୀ ସହ – ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଧା ଯୋଗଦେଇ ପି.ଏମ୍.ପୋଷଣ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ପାଚିକାମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । ଡୁଙ୍ଗୁରିପାଲି ବ୍ଲକର ମାୟାବର୍ହା, ରାମପୁର, ବାଙ୍କୀପାଲି, ଗଜବନ୍ଧ, ଅନ୍ଧାରିବାଞ୍ଜି କ୍ଲଷ୍ଟରରୁ ୧୦୦ ଜଣ ପାଚିକା ଯୋଗଦେଇ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସ୍ୱଚ୍ଛତା, ଜଳ ସଂରକ୍ଷଣ, ପୋଷଣ ବଗିଚା, ଆପ୍ରନ, ମାସ୍କ ଓ ଟୋପିର ବ୍ୟବହାର, ଅମ୍ଲାନ କାର୍ଯ୍ୟକ୍ରମ, ପ୍ରାଥମିକ ଚିକିତ୍ସା, ଖାଦ୍ୟ ପଦାର୍ଥର ଗୁଣବତ୍ତା ଓ ରୋଷେଇ ପ୍ରଣାଳୀ ବିଷୟରେ ତାଲିମ ନେଇଥିଲେ । ଗଜବନ୍ଧ ସିଆରସିସି ନରେନ୍ଦ୍ର କୁମାର ପୁରୋହିତ, ଚେରୁପାଲି ସିଆରସିସି ଦିଲୀପ କୁମାର ପଧାନ, ଅନ୍ଧାରିବାଞ୍ଜି ସିଆରସିସି ଚିତ୍ତରଞ୍ଜନ ଠାକୁର, ପିଏମ ପୋଷଣ ତଥ୍ୟ ପରିଚାଳକ ବିନାୟକ ମିଶ୍ର ତାଲିମ ପ୍ରଦାନ କରିଥିଲେ । ପାଚିକାମାନଙ୍କ ମଧ୍ୟରେ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦ୍ଯାପନୀ ଉତ୍ସବରେ ବାଙ୍କୀପାଲି ସିଆରସିସି ସୁନୀଲ କୁମାର ସେଠ, ରାମପୁର ସିଆରସିସି ପ୍ରଦୀପ୍ତ କିଶୋର ଦାଶ, ମାୟାବର୍ହା ସିଆରସିସି ସୌରଭ ସାହୁ, ସ୍ଥାନୀୟ ପ୍ରଧାନ ଶିକ୍ଷକ ହେମସାଗର ବାଗ, ସାରସମାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ବିଶ୍ୱାଳ, ଗରିଆଡେରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡିଙ୍ଗର ବିଶ୍ୱାଳ, ବଡ଼କର୍ଲେ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମଗୋପାଳ ଭୋଇ, ଅମାମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପୋଥାଳ, ମିର୍ଧାପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ମିର୍ଧା ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନପତ୍ର ବିତରଣ କରିଥିଲେ । ଶେଷରେ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚିକା ଆଶାବତୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।