oom

ବଲାଙ୍ଗିର ଲର୍କିପାଲି ସ୍ଥିତ ସରକାରୀ ପଲିଟେକନିକ୍ ଇଞ୍ଜିନିୟରିଙ୍ଗ କଲେଜରେ ଯଶୋଦା ଯୋଜନା ଉପରେ ସଚେତନତା ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲର୍କିପାଲି ସ୍ଥିତ ସରକାରୀ ପଲିଟେକନିକ୍ ଇଞ୍ଜିନିୟରିଙ୍ଗ କଲେଜ ଠାରେ ଯଶୋଦା ଯୋଜନା ଉପରେ ହେଡ ଅଫ ଡିପାରର୍ମେଣ୍ଟ, ମେକାନିକର ଈଂ ଏସଏନ୍ ପାଢୀଙ୍କ ଅଧ୍ୟକ୍ଷତାରେ ସଚେତନତା ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଣ ଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ଉପସ୍ଥିତ ରହି ଯଶୋଦା ଯୋଜନା ଉପରେ ଆବଶ୍ୟକ ଥିବା ବିଭିନ୍ନ ଅବଶ୍ୟକଥିବା ପ୍ରମାଣ ପତ୍ର ଯଥା ଶିଶୁର ଦରଖାସ୍ତ, କଲେଜର ଅନୁମୋଦନ, ଇନକମ୍ ପ୍ରମାଣ ପତ୍ର, ପିତାମାତାଙ୍କ ମୃତ୍ୟୁ ପ୍ରମାଣ ପତ୍ର, ଖର୍ଚ୍ଚ ହୋଇଥିବା ବିଲ୍ ସହିତ ଶିଶୁ ମଙ୍ଗଳ ସମିତିରେ ପ୍ରବେଶ କରିବା ଉପରେ ଜଣାଇଥିଲେ । ପଲିଟେକନିକ୍ ଇଞ୍ଜିନିୟରିଙ୍ଗ ପାଇଁ ଯଶୋଦା ଯୋଜନାରେ ରାଜ୍ୟ ସରକାରଙ୍କ ତରଫରୁ ଟ.୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ରାଶି ପ୍ରଦାନ କରାଯାଇପାରିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ – ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏଚ୍‌.ଓ.ଡି (ଇଲେକ୍ଟ୍ରିକାଲ)ର ଅଧ୍ୟାପିକା ସୁଜାତା ଭୋଇ, ବବିତା ମହାକୁର ଲାବ ଆସିଷ୍ଟାନ୍ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଏହି ଯଶୋଦା ଯୋଜନାର ଲାଭ ନେବା ପାଇଁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.