ତୁଷୁରାରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମହାହଙ୍ଗାମା
ତୁଷୁରା, (ଲକ୍ଷ୍ମୀକାନ୍ତ ସାହୁ) : ତୁଷୁରାରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମହାହଙ୍ଗାମା । ପୂର୍ବ ଶତ୍ରୁତାକୁ ନେଇ ତୁଷୁରା ସହରର ଗୋଦାମ ପଡା ଓ ପତିତପାବନ ପଡାର ଯୁବକ ଓ ମହିଳା ମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ଘଟଣାକୁ ନେଇ ତୁଷୁରା ଥାନାରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଯାହା ଫଳରେ ଜଣେ ଯୁବକ ଗୁରୁତର ହୋଇ ପଡ଼ିଥିବା ବେଳେ ୬ ଜଣ ଯୁବକ ଆହତ ହୋଇଥିବା ସୂଚନା ରହିଛି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତି କରି ଚିକିତ୍ସା କରିଛି ପୋଲିସ । ବଲାଙ୍ଗିର ଏସଡିପିଓ ପ୍ରଦୀପ ସାହୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗତ ଶୁକ୍ରବାର ଦିନ ଗୋଦାମ ପଡ଼ାର ଯୁବରାଜ ହରପାଳ କଲେଜ ଛକରେ ଟିଫିନ୍ କରୁଥିବା ବେଳେ ପତିତପାବନ ପଡ଼ାର ଯୁବକ କମେଣ୍ଟ ମାରି ଥିଲେ । ଏ ନେଇ ଆଗରୁ ଥାନାରେ ଥାନା ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯାଇଥିବାରୁ ଆଜି ଏହାର ସୁଯୋଗ ନେଇ ଦିନ ଏଗାର ଟା ସମୟରେ ପତିତପାବନ ପଡ଼ାର କିଛି ଯୁବକ ଯୁବରାଜ ହରପାଳଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ଆସି ମାଡ଼ପିଟ ହୋଇଥିଲେ । ଫଳରେ ଏଥିରେ ଜଣେ ଯୁଚବକ ଯୁବକ ଗୁରୁତର ହୋଇ ପଡ଼ିଥିବା ବେଳେ ୬ ଜଣ ଯୁବକ ଆହତ ହୋଇ ପଡ଼ିଥିଲେ । ଗୁରୁତରଙ୍କୁ ବଲାଙ୍ଗିର ଭୀମଭୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଛଅ ଜଣ ଆହତ ହୋଇଯାଇଥିଲେ । ଯାହା ଫଳରେ ଆଜି ଥାନାରେ ମହା ହଙ୍ଗାମା ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ବଲାଙ୍ଗିର ଏସଡିପିଓ, ତୁଷୁରା ଓ ଦେଓଗାଁ ପୋଲିସ ଉପସ୍ଥିତ ଥିବା ଦେଖା ଦେଇଛି । ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।