oum

ନିର୍ବାଚନୀ ହିଂସା : ପୋଲିସ ଜନତା ମୁହାଁମୁହିିଁ

jsm

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା ପଲି ପଞ୍ଚାୟତ ହାବେଳି ନାଥସାହି ଗାଁରେ ଗତକାଲି ବିଳମ୍ଵିତ ରାତିରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିବା ଜଣାପଡିଛି । ଉଭୟ ପକ୍ଷରୁ ୫ ଆହତ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ପଲି ପଞ୍ଚାୟତ ହାବେଳି ନାଥସାହି ଗାଁରେ ଗତକାଲି ବିଳମ୍ଵିତ ରାତିରେ ଏକ ପୋଲିସ ଭ୍ୟାନ୍ ପଶି ଗାଁ ଲୋକଙ୍କୁ ଟଙ୍କା ବାଣ୍ଟିବା ସହ ଏକ ନିର୍ଦ୍ଧିଷ୍ଟ ଚିହ୍ନରେ ଭୋଟ୍ ଦେବା ପାଇଁ କହୁଥିଲେ । ଗ୍ରାମବାସୀ ଏହାର ପ୍ରତିବାଦ କରିବାରୁ ପୋଲିସ ସେମାନଙ୍କୁ ମାଡ଼ ମାରିବା ସହ ଗାଳି ଗୁଲଜ କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଅନ୍ୟ ପଟେ ପୋଲିସ ଏହାକୁ ଅସ୍ଵୀକାର କରିଛି । କିଛି ଯୁବକ ଉପ୍ତାତ କରୁଥିବା ଖବର ପାଇ ପୋଲିସ ଅଟକାଇବାକୁ ଗାଁ ଭିତରକୁ ଯାଇଥିବା ସମୟରେ ସମ୍ପୃକ୍ତ ଯୁବକମାନେ ପୋଲିସ ଗାଡି ଭଙ୍ଗାରୁଜା କରିବା ସହ ଢେଲା ମାଡ଼ କରିଥିବା ପୋଲିସ କହିଛି । ତେବେ ରାତି ସାରା ଗ୍ରାମବାସୀମାନେ ପୋଲିସ ଗାଡି ଆଗରେ ଧାରଣାରେ ବସିଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ଜଣାପଡିଛି ।

Leave A Reply

Your email address will not be published.