ଫିଙ୍କୁ ସାହୁ ହତ୍ୟାକାଣ୍ଡର ପର୍ଦାଫାସ କଲା ପାଇକମାଲ ପୋଲିସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ମାଣ୍ଡୋସିଲ ଗ୍ରାମର ବହୁ ଚର୍ଚ୍ଚିତ ପିଙ୍କୁ ସାହୁ ହତ୍ୟାକାଣ୍ଡ ଘଟଣାର ଫର୍ଦାଫାସ କରି ୨ ଜଣ ଆସାମୀଙ୍କୁ ପାଇକମାଲ ପୋଲିସ ଗିରଫ କରିଛି । ପାଇକମାଲ ଥାନା କେସ୍‌ ନମ୍ବର ୧୬୭ ତାରିଖ ୧୦. ୦୭.୨୦୨୪ ୟୁଏସ୍‌ ୧୯୧ (୨ ୱାଇ) ୧୦୩ (୧ୱାଇ) ୧୯୦ ବିଏନ୍‌ଏସ୍‌ ଅନୁସାରେ ଅଭିଯୋଗକାରୀ ପିତା ସୁଧାଂଶୁ ଶେଖର ସାହୁଙ୍କ ଅଭିଯୋଗ କ୍ରମେ ଦୁଇଜଣ ଅଭିଯୁକ୍ତ ପ୍ରକାଶ ଖୁଣ୍ଟିଆ (୩୫) ନି-ମାଣ୍ଡୋସିଲ, ରବିନ୍ଦ୍ର କୁମାର ନାୟକ, ନି – ବରମଚାରୀ, ବରଗଡ (୩୩) କୌଣସି ଏକ ପୂର୍ବ ଶତ୍ରୁତାକୁ ନେଇ ପିଙ୍କୁ ସାହୁ(୩୨)ଙ୍କୁ ଏକ ଟାଙ୍ଗିଆ ଓ ଠେଙ୍ଗା ସାହାଯ୍ୟରେ ପିଟି ପିଟି ହତ୍ୟା କରିଥିଲେ । ଘଟଣାସ୍ଥଳରୁ ପାଇକମାଲ ପୋଲିସ ଏକ ଟାଙ୍ଗିଆ, ଠେଙ୍ଗା, ଦୁଇଟି ବାଇକ, ଦୁଇଟି ମୋବାଇଲ ଜବତ କରିଥିଲା । ପାଇକମାଲ ପୋଲିସ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପାଇକମାଲ ଥାନା ଅଧିକାରୀ ସୁଶାନ୍ତ ବଢେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.