୨ ଜଣ ଠକଙ୍କୁ ଧରିଲା ସାଇବର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଇବର ଅପରାଧ ଦିନକୁ ଦିନ ବଢି ଚାଲିିଥିବା ବେଳେ ବଲାଙ୍ଗିର ପୋଲିସ ହାତରେ ଧରାପଡ଼ିଛନ୍ତି ୨ଜଣ ସାଇବର ଠକ । ସାଇବର ଅପରାଧୀ ମାନେ ନାନା ଉପାୟରେ ଲୋକଙ୍କୁ ଠକି ନେଉଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଅପରାଧୀ ଖସିପଲାଉଥିବା ବେଳେ କିଛି ଧରାପଡୁଛନ୍ତି । ବିଶିଷ୍ଟ ବ୍ୟକ୍ତି, ରାଜନେତା ଓ କାମାକ୍ଷା ସାଧକଙ୍କ ବ୍ୟକ୍ତିଗତ ସହାୟକ ବୋଲି ପରିଚୟ ଦେଇ ସେମାନେ ଲୋକଙ୍କୁ ଠାରୁ ଟଙ୍କା ନେଉଥିବାବେଳେ ଶେଷରେ ଧରାପଡିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅର୍ନ୍ତଗତ ରାନୀକଟାର ସୋମ୍ୟରଞ୍ଜନ ପ୍ରଧାନ ଓ କଟକ ଜିଲ୍ଲା ଜଗତପୁର ଥାନା ଅର୍ନ୍ତଗତ ସୁଜାପୁର ଗ୍ରାମର କ୍ଷିତିଶ ନନ୍ଦି । ସେମାନଙ୍କ ଠାରୁ ୩ଟି ମୋବାଇଲ ଫୋନ, ଗୋଟିଏ ଆଧାର କାର୍ଡ, ଗୋଟିଏ ପାନକାର୍ଡ ଜବତ କରାଯାଇଛି । ଏନେଇ ବଲାଙ୍ଗିର ଏସ୍‌ଡିପିଓ ପ୍ରଦୀପ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.