shyamal

ଟ୍ରାକ୍ଟର ଫାଇନାନ୍ସ କରିଦେବା ନାଁରେ ଠକେଇ : ଗିରଫ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରାକ୍ଟର ଫାଇନାନ୍ସ କରାଇ ଲିଜ୍‌ରେ ନେବା ବାହାନାରେ ଲୋକଙ୍କୁ ଠକି ଟ୍ରାକ୍ଟର ନେଇ ରାଜ୍ୟ ବାହାରକୁ ପଳାଉଥିଲେ । ଶେଷରେ ବାନ୍ଧିଲା ପୁଲିସ । ଆଜି ଅପରାହ୍ନ ୩ଟା ସମୟରେ ସାମ୍ବାଦିକ ସମ୍ମିଳନୀ କରି ଏହାର ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ଡିପିଓ ପ୍ରଦୀପ ସାହୁ । ଗିରଫ ଅଭିଯୁକ୍ତମାନେ ହେଲେ ତେଲେଙ୍ଗାନା ରାଜମଣ୍ଡ୍ରିର ବାନ୍ଦ୍ରା ବସୁ ଓ ବଲାଙ୍ଗିର ଇଚ୍ଛାପଡାର ନବୀନ ମିଶ୍ର । ସେମାନଙ୍କ ଠାରୁ ୬ଟି ଟ୍ରାକ୍ଟର ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଏହି ଦୁଇଜଣ ଦେଓଗାଁ ଥାନା ଅନ୍ତର୍ଗତ ଚୋରମରା, ଭୂତିଆରବାହାଲ ଓ ଛତାପିପଲ୍ ଗ୍ରାମର ଲୋକଙ୍କୁ ଟ୍ରାକ୍ଟର ଲୋନ୍ କରାଇଦେବା ନାଁରେ ସେମାନଙ୍କ ଠାରୁ ଟ୍ରାକ୍ଟର ନେଇଥିଲେ । ସେମାନଙ୍କୁ ମାସିକ ୩୦ରୁ ୪୦ ହଜାର ଟଙ୍କା ଦେବୁ ବୋଲି କହିଥିଲେ ଏବଂ ଟ୍ରାକ୍ଟର ନେବା ପରେ ଆଉ ଧରାଛୁଆଁ ଦେଇ ନଥିଲେ ।

purusottam
Leave A Reply

Your email address will not be published.