oum

ସିସିଟିଭି ଦେଖି ଘଟଣାର ତଦନ୍ତ କଲା ବଲାଙ୍ଗିର ପୋଲିସ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଯୁବକଙ୍କ ମୃତଦେହ ଛାଡ଼ି ପଳାଇବା ଘଟଣାରେ ସିସିଟିଭି ଫୁଟେଜ୍‌ ମିଳିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଛି । ମୃତ ପ୍ରଶାନ୍ତ ପରିଆଲ ଓରଫ ଗୁଣ୍ଡୁଙ୍କ ସହିତ କାମ କରୁଥିବା ଲୋକେ ହିଁ ତାଙ୍କୁ ଡାକ୍ତରଖାନା ନେଇ ଆସିଥିଲେ । ଗୁଣ୍ଡୁଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ସେମାନେ ଭୟରେ ମୃତଦେହ ଛାଡ଼ି ପଳାଇଥିଲେ । ପରେ ମୃତଦେହ ଛାଡ଼ି ପଳାଇଥିବା ଲୋକଙ୍କୁ ଟାଉନ ପୁଲିସ ଧରି ଥାନାକୁ ଆଣିବା ସହ ପଚରା ଉଚୁରା କରିଛି । ଗୁଣ୍ଡୁଙ୍କ ସହିତ କାମ କରୁଥିବା ବୈକୁଣ୍ଠ ସୁନାଙ୍କ କହିବା ଅନୁସାରେ ସେମାନେ ପେଲେସ ଲାଇନର ଜଣେ ବ୍ୟକ୍ତିଙ୍କ ଘରକୁ କାମ କରିବାକୁ ଯାଇଥିଲେ । ଲାଇଟ୍ ଖୁମ୍ବକୁ ଚଢ଼ି କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତ ଲାଗି ତଳେ ପଡ଼ିଯାଇଥିଲେ ଗୁଣ୍ଡୁ । ସଙ୍ଗେ ସଙ୍ଗେ ତାଙ୍କୁ ଏକ ଅଟୋରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ସହକର୍ମୀମାନେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ସେ କହିଥିଲେ ।

Leave A Reply

Your email address will not be published.