om academy

ପୋଲିସ କ୍ଷମତାର ଦୂରୋପଯୋଗ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ନୃସିଂହନାଥ ପୀଠରେ ନୀତି ଶ୍ରଦ୍ଧାଳୁଙ୍କର ବହୁ ସଂଖ୍ୟାରେ ଭିଡ଼ ଲାଗିଥାଏ । ତେବେ ଗାଡି ପାର୍କିଙ୍ଗ ପାଇଁ ମନ୍ଦିର ବାହାରୁ ପ୍ରାୟ ଗୋଟେ କିଲୋମିଟର ପୂର୍ବରୁ ଗେଟ୍‌ ବ୍ୟବସ୍ଥା ହୋଇଥିବା ବେଳେ ପାର୍କିଙ୍ଗ ସ୍ଥଳେ ଗାଡି ରଖି ମନ୍ଦିର ପକ୍ଷରୁ ନିର୍ମାଣ ହୋଇଥିବା ଛୋଟ ରାସ୍ତାରୁ ମନ୍ଦିରକୁ ଆସିଥାନ୍ତି ପର୍ଯ୍ୟଟକ । ମନ୍ଦିରକୁ ଆସୁଥୁବା ପର୍ଯ୍ୟଟକଙ୍କ ମଧ୍ୟରେ ବୟସ୍କ ଭିନ୍ନକ୍ଷମ ଯିଏ ଥାନ୍ତୁ ସମସ୍ତେ ଚାଲିକି ଆସିବା ପାଇଁ ବାଧ୍ୟ ହୋଇଥିବା ବେଳେ କ୍ଷମତାର ଦୂରୋପଯୋଗ କରି କେବଳ ଯେ, ପାର୍କିଙ୍ଗ ଗେଟ୍‌ ନୁହଁ ବରଂ ସିଂହ ଦ୍ୱାରା ଲାଗି ରହିଥିବା ମନ୍ଦିର ପ୍ରାଙ୍ଗଣ ପାଖକୁ ପୁରା ଗାଡି ପ୍ରବେଶ କରାଉଛନ୍ତି ପୋଲିସ ଅଧିକାରୀ । ତେବେ ସୁରକ୍ଷା ଦାୟିତ୍ୱ ପାଇଁ କି ଅନ୍ୟ କୌଣସି ସରକାରୀ କାର୍ଯ୍ୟକ୍ରମ ଥିଲେ ଏହା ମାନିବା ଯୋଗ୍ୟ କିନ୍ତୁ ବୁଲିବା ପାଇଁ ଆସୁଥିବା ବେଳେ ମଧ୍ୟ ନିଜର କାର୍ଯ୍ୟାଳୟ ଗାଡିରେ ଭିତର ଗେଟ୍‌କୁ ଯାଇ ସିଂହଦ୍ୱାରା ସାମ୍ନାରେ ଗାଡି ରଖୁଛନ୍ତି ପୋଲିସ ଅଧିକାରୀ । ଅନ୍ୟ ପଟେ ନୀତି ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ସଂଖ୍ୟାରେ ପର୍ଯ୍ୟଟକ ନୃସିଂହନାଥ ଆସୁଥିବା ବେଳେ କିଛି ଚୋରି କି ଅନ୍ୟ କୌଣସି ଅଘଟଣ ହେଲେ ଅଭିଯୋଗ ପାଇଁ ମନ୍ଦିର ପାଖେ ଫାଣ୍ଡି ନାହିଁ କି ସୂରକ୍ଷା ପାଇଁ ପୋଲିସ ବି ରହୁ ନଥିବା ଲୋକେ ଅଭିଯୋଗ କରୁଛନ୍ତି । ଯଦି କିଛି ହୁଏ ତେବେ ମନ୍ଦିରରୁ ପ୍ରାୟ ୩ କିଲୋମିଟର ଦୂର ପାଇକମାଲ ଛକ ପାଖରେ ଥିବା ଥାନାକୁ ଯିବାକୁ ପଡେ ତେବେ କିନ୍ତୁ ବୁଲି ଆସୁଥୁବା ପର୍ଯ୍ୟଟକଙ୍କୁ ବାହାର ପଟୁ ପାର୍କିଙ୍ଗକୁ ଗାଡି ରଖିବା ପାଇଁ ବରଣ କରି କୁହାଯାଉଥିବା ବେଳେ ବିନା କୌଣସି କାମରେ ମନ୍ଦିରକୁ ନିଜସ୍ୱ ଭାବରେ ବୁଲିବାକୁ କିମ୍ବା ପ୍ରସାଦ ପାଇବା ପାଇଁ ଆସୁଥିବା ପୋଲିସ କର୍ମଚାରୀ ସିଂହଦ୍ୱାରା ପର୍ଯ୍ୟନ୍ତ ଗାଡି ନବା କେତେ ଦୂର ଠିକ ବୋଲି ପ୍ରଶ୍ନ କରିଛନ୍ତି କିଛି ପର୍ଯ୍ୟଟକ । ଏହା ସହ ମନ୍ଦିର ପାଖରେ ଏକ ଫାଣ୍ଡି କରିବା ସହ ବୟସ୍କ ଏବଂ ଭିନ୍ନକ୍ଷମଙ୍କ ପାଇଁ ମନ୍ଦିର ପ୍ରାଙ୍ଗଣ ଦ୍ୱାରା ପାଖରେ ହ୍ଵିଲ ଚେୟାର ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି ଲୋକେ ।

Leave A Reply

Your email address will not be published.