ମାନିବାକୁ ପଡ଼ିବ, ଗଂଜେଇ ଚାଲାଣର ନୂଆ ଟ୍ରିକ୍‌ : ୬ ଜଣ ଯୁବକଙ୍କୁ କାବୁ କଲା ପୋଲିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମାନିବାକୁ ପଡ଼ିବ, ଗଂଜେଇ ଚାଲାଣର ନୂଆ ଟ୍ରିକ୍‌ । ଖୁବ୍‌ ହୁସିଆର୍‌ରେ ନିଜ ଦେହରେ ଗଂଜେଇ ବାନ୍ଧି ଚାଲାଣ କରୁଥିଲେ ଗଂଜେଇ । ମାଡ଼ି ବସିଲା ରେଳବାଇ ପୋଲିସ । ଟିଟିଲାଗଡ଼ ରେଳ ଷ୍ଟେସନ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଜିଆର୍‌ପି ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲେ ଯେ, କିଛି ବ୍ୟକ୍ତି ନିଜ ଶରୀରରେ ଗଞ୍ଜେଇ ବାନ୍ଧି ବାହାର ରାଜ୍ୟକୁ ପୁରୀ ଆଜମେର ଟ୍ରେନରେ ଚୋରା ଚାଲାଣ କରିବା ପାଇଁ ଯୋଜନା କରିଥିଲେ । ତେବେ ସଦିଗ୍‌ଗ୍ଧ ଯୁବକମାନେ ଠିକ୍‌ ଟ୍ରେନରେ ଚଢିବା ବେଳକୁ ଜିଆର୍‌ପି, ଆର୍‌ପିଏଫ୍‌ ପୋଲିସ ୬ ଜଣ ଯୁବକଙ୍କୁ କାବୁ କରିବା ସହ ତାଙ୍କ ସାର୍ଟ ଖୋଲି ଯାଞ୍ଚ କରିଥିଲା । ସମସ୍ତଙ୍କ ଦେହରେ ଗଞ୍ଜେଇ ପେକେଟ୍‌ ବଡ଼ ଯତ୍‌ତ୍ନରେ ଗୁଡ଼ା ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା । ସମସ୍ତଙ୍କ ଠାରୁ ୨୨, ୨୯୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ପ୍ରତ୍ୟେକ ବ୍ୟକିଙ୍କ ଠାରୁ ପାଖାପାଖି ତିନି କେଜି ଲେଖାଏଁ ଗଞ୍ଜେଇ ବାହାରିଥିବା କୁହାଯାଇଛି । ତାଙ୍କର ଶରୀରରେ କପଡା ବ୍ୟାଗରେ ଗଞ୍ଜେଇ ଖଞ୍ଜି ତା ଉପରେ ସାର୍ଟ, ତା ଉପରେ ଜ୍ୟାକେଟ ପିନ୍ଧି ଗଞ୍ଜେଇ ଚାଲାଣ କରୁଥିଲେ । ଏମାନେ ଫୁଲବାଣୀ ଆଡୁ ଆଣି ମୁନିଗୁଡା ଯାଏଁ, ତାପରେ ଟିଟିଲାଗଡ଼ ଷ୍ଟେସନରୁ ଟ୍ରେନ ଯୋଗେ ବାହାର ରାଜ୍ୟକୁ ଗଂଜେଇ ଚାଲାଣ ଯୋଜନା କରୁଥିଲେ । ଜବତ୍‌ ଗଂଜେଇର ବଜାର ଦର ପାଖାପାଖି ଦୁଇ ଲକ୍ଷ୍ ନ ଶହ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଚଢାଉ ସମୟରେ ଅନ୍ୟ ଅଧିକାରୀ ତଥା ତହସିଲଦାର ଉପସ୍ଥିତ ରହିଥିବା ବେଳେ ଏହି ଘଟଣାକୁ ନେଇ ସାରା ସହରରେ ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.