1234

ନୟାଗଡ଼ ମେଡିକାଲରେ ମହିଳାଙ୍କ ମୃତ୍ୟୁ ନେଇ ଉତ୍ତେଜନା : ପୋଲିସ ଫୋର୍ସ ମୁତୟନ

ନୟାଗଡ଼ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଯାହା ପରେ ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା ଦେଖାଯାଇଛି । ଖବର ଅନୁଯାୟୀ, ନୟାଗଡ଼ ବାଲୁଗାଁ ଗ୍ରାମର ସଞ୍ଜୟ କୁମାର ନାୟକଙ୍କ ପତ୍ନୀ ମମତା ସ୍ୱାଇଁ ପ୍ରସବ ପାଇଁ ଶନିବାର ରାତିରେ ଡାକ୍ତରଖାନା ଆସିଥିଲେ । ତେବେ ଦୀର୍ଘ ସମୟ ଧରି ପ୍ରସବ ବେଦନାରେ ଛଟପଟ ହେବା ସତ୍ତେ ତାଙ୍କର ଚିକିତ୍ସା କରାଯାଇନଥିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତରଙ୍କ ଅବହେଳାରୁ ମୃତ୍ୟୁ ହୋଇଥିବା ଡାକ୍ତର ଅଭିଯୋଗ କରିଛନ୍ତି । ଯାହାପରେ ଡାକ୍ତରଙ୍କୁ ଗିରଫ ଦାବିରେ ଶହ ଶହ ଲୋକ ଡାକ୍ତରଖାନା ପରିସରରେ ରୁଣ୍ଡ ହୋଇଛନ୍ତି । ଶାନ୍ତି ଶୃଙ୍ଖଳା ପାଇଁ ନୟାଗଡ଼ ଏସଡିପିଓଙ୍କ ସମେତ ୩ ଜଣ ଇନ୍ସପେକ୍ଟର ଓ ଗୋଟିଏ ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.