centurian jitm

ଟିଟିଲାଗଡ଼ ଏଡ଼ିଜେ କୋର୍ଟ ବାରଣ୍ଡାରେ ଅଚିହ୍ନା ଯୁବକ ମାରଣାସ୍ତ୍ର ଧରି ବୁଲିବା ଘଟଣା : ଅଭିଯୁକ୍ତ ମନୋଜ ଜାନିକୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟିଲାଗଡ଼ ପୋଲିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ଅପରାହ୍ନରେ ଟିଟିଲାଗଡ଼ ଏଡିଜେ କୋର୍ଟ ବାରଣ୍ଡାରେ ଜଣେ ଅଚିହ୍ନା ଯୁବକ ହାତରେ ମାରଣାସ୍ତ୍ର ଧରି ବୁଲୁଥିବା ସିସିଟିଭି ଫୁଟେଜ ହସ୍ତଗତ ହୋଇଥିଲା । ଏହା ଦେଖିବା ପରେ ଉପସ୍ଥିତ କିଛି ଓକିଲ ଓ ଜନ ସାଧାରଣ ଦେଖି ଭୟଭୀତ ହୋଇଯାଇଥିଲେ । ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏନେଇ ଟିଟିଲାଗଡ଼ ଥାନାଧିକାରୀ କଲ୍ୟାଣୀ ବେହେରା ଓ ପୋଲିସ ଟିମ ତଦନ୍ତ ଆରମ୍ଭ କରିଥିଲେ । ଘଟଣାର ୨୪ ଘଣ୍ଟା ନ ପୁରୁଣୁ ସେହି ଯୁବକକୁ ଧରିବାରେ ସଫଳ ହୋଇଛି ଟିଟିଲାଗଡ଼ ପୋଲିସ । ଯୁବକ ଜଣକ ଟିଟିଡୁଙ୍ଗୁରି ପଡ଼ାର ପାଣ୍ଡୁ ଜାନିଙ୍କ ୪୦ ବର୍ଷୀୟ ପୁଅ ମନୋଜ ଜାନି ବୋଲି ଜଣାପଡ଼ିଛି । ଶନିବାର କୋର୍ଟ ଚାଲାଣ କରାଯିବା ନେଇ ଥାନାଧିକାରୀ ବେହେରା ସୂଚନା ଦେଇଛନ୍ତି । ତେବେ ମନୋଜଙ୍କ ଠାରୁ ସେହି ମାରଣାସ୍ତ୍ର ଜବତ କରାଯାଇଛି ।

Leave A Reply

Your email address will not be published.