
ବରଗଡ, (ମୁନ୍ନା ସାହୁ) : କୋଶଲ ସଂଗ୍ରାମୀଙ୍କୁ ଅନଶନରୁ ଉଠାଇ ନେଲା ପୋଲିସ । ବରଗଡ଼ ବୀରଛକରେ ଆମରଣ ଅନଶନରେ ବସିଥିବା କୋଶଲ ସଂଗ୍ରାମୀ ମାନଙ୍କୁ ବିଳମ୍ବିତ ରାତିରେ ଉଠାଇନେଇଥିଲା ବରଗଡ଼ ପୋଲିସ । ସ୍ୱତନ୍ତ୍ର କୋଶଲ ରାଜ୍ୟ ପାଇଁ ଅନଶନରେ ବସିଥିଲେ ସଂଗ୍ରାମୀ । ବିଳମ୍ବିତ ରାତ୍ରିରେ ବରଗଡ଼ ଏସ୍ଡ଼ିପିଓ, ଟାଉନ ଥାନା ଅଧିକାରୀ ଓ ପୋଲିସମାନେ ଉପସ୍ଥିତ ରହି କୋଶଲ ସଂଗ୍ରାମୀ ମାନଙ୍କୁ ଅନଶନରୁ ଉଠାଇନେଇଥିଲେ । ୩ ଦିନ ଧରି ଅନଶନରେ ପ୍ରବଳ ଗରମରେ ବସିଥିବା ବେଳେ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ୟ୍ୟ, କଂଗ୍ରେସ ଜିଲ୍ଲା ସଭାପତି ହାର୍ଦିପ ସିଂ, କଳାକାର ମନୋଜ ମିଶ୍ର, ଚାଷୀ ନେତା ରମେଶ ମହାପାତ୍ରଙ୍କ ସମେତ ପ୍ରମୁଖ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ । ତେବେ ବିଳମ୍ବିତ ରାତ୍ରିରେ ପୋଲିସ କୋଶଲ ସଂଗ୍ରାମୀ ମାନଙ୍କୁ ଜୋର ଜବରଦସ୍ତି ଟେକି ନେଇଥିଲା ।