ଆନନ୍ଦପୁର : ଉପଖଣ୍ଡ ଅଞ୍ଚଳରେ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍ । ବିଭିନ୍ନ ଛକ ବଜାରରେ ଥିବା ସରକାରୀ ଓ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା, ବ୍ୟାଙ୍କ୍ ଏବଂ ଜୁଏଲାରୀ ଦୋକାନ ଗୁଡ଼ିକୁ ପୋଲିସ ପକ୍ଷରୁ ସଚେତନ କରାଯାଉଛି । ଏହା ସହ ସେଠାରେ ଥିବା ସୁରକ୍ଷା ଉପକରଣ ଯାଞ୍ଚ ମଧ୍ୟ କରିଛି ପୋଲିସ୍ । ଏନେଇ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରା କହିଛନ୍ତି, ନିକଟ ଅତୀତରେ ରାଜ୍ୟରେ ଏହିଭଳି ସଂସ୍ଥାମାନଙ୍କରେ ଡକାୟତି ଘଟଣା ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶରେ ପୋଲିସ୍ ଏଭଳି ପଦକ୍ଷେପ ନେଇଛି । ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରା କହିଛନ୍ତି, ନିକଟ ଅତୀତରେ ରାଜ୍ୟରେ ଏହିଭଳି ସଂସ୍ଥାମାନଙ୍କରେ ଡକାୟତି ଘଟଣା ବଢ଼ିଛି । ସେ ଆହୁରି କହିଛନ୍ତି ପୋଲିସ ସ୍ଥାନୀୟ ଅଞ୍ଚଳରେ ଥିବା ବ୍ୟାଙ୍କ, ଅର୍ଥ ଲଗାଣକାରୀ ସଂସ୍ଥା ଓ ଜୁଏଲାରୀ ଦୋକାନକୁ କେବଳ ସଚେତନ ହିଁ କରୁନାହିଁ। ଆଖପାଖରେ କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପ ସନ୍ଦେହ ହେଲେ ତୁରନ୍ତ ୧୧୨ ନଂରେ ଯୋଗାଯୋଗ କରିବାକୁ ମଧ୍ୟ କୁହାଯାଇଛି ।
Next Post