jayashree

ଘରୋଇ କଳହକୁ ନେଇ ପୋଲିସ ଦମ୍ପତିଙ୍କ ମଧ୍ୟରେ ଝଗଡା : ସ୍ତ୍ରୀ ଗୁରୁତର

ବଲାଙ୍ଗିର, (ଲକ୍ଷ୍ମୀକାନ୍ତ ସାହୁ) : ଘରୋଇ କଳହକୁ ନେଇ ପୋଲିସ ଦମ୍ପତିଙ୍କ ମଧ୍ୟରେ ଝଗଡା । ସ୍ୱାମୀଙ୍କ ନୃଶଂସ ଆକ୍ରମଣରେ ସ୍ତ୍ରୀ ଗୁରୁତର । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଂଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ରିଜର୍ଭ ପୋଲିସରେ କନେଷ୍ଟବଳ ଭାବେ କାର୍ଯ୍ୟକରନ୍ତି ସ୍ୱାମୀ ଜ୍ୟୋତି ପ୍ରଧାନ ଓ ସ୍ତ୍ରୀ ନୁପୁର ବିଶ୍ୱାଳ । ଘରୋଇ କଳହକୁ ନେଇ ପୋଲିସ ଦାମ୍ପତିଙ୍କ ମଧ୍ୟରେ ଝଗଡା ଲାଗିଥିବା ବେଳେ ଆଜି ସ୍ୱାମୀ ସ୍ତ୍ରୀ ମିଶି ବାଇକ୍‌ ଯୋଗେ ନିଜ ଗାଁ ତୁଷୁରା ଥାନା ଅନ୍ତର୍ଗତ ସମରାକୁ ଯାଉଥିବା ସମୟରେ ଏହା ଉଗ୍ରରୂପ ଧାରଣ କରିଥିଲା । ତୁଷୁରା ଏୟାର୍‌ ଫିଲ୍ଡ ପାଖ ବଡ଼ଙ୍ଗୋମୁଣ୍ଡା ରାସ୍ତାରେ ପାରିବାରିକ କଳହକୁ ନେଇ ସ୍ୱାମୀ ଜ୍ୟୋତି ତାଙ୍କ ସ୍ତ୍ରୀ ନୁପୁରଙ୍କୁ ଆକ୍ରମଣ କରିଥିବା ଜଣାପଡିଛି । ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଏକ ପଥରରେ ଛେଚି ହତ୍ୟା କରିବା ପାଇଁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ସେଠାକୁ ଆସି ଯାଇଥିଲେ । ଏତିକି ବେଳେ ଯନ୍ତ୍ରଣାରେ ଛଟ୍‌ପଟ୍‌ ସ୍ତ୍ରୀଙ୍କୁ ଛାଡି ଫେରାର୍‌ ମାରିଥିଲେ କନେଷ୍ଟବଳ ସ୍ୱାମୀ । ଘଟଣା ସ୍ଥଳରୁ ବାଇକ୍‌ ଉଦ୍ଧାର କରି ତୁଷୁରା ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଗୁରୁତର ମହିଳା ପୋଲିସଙ୍କୁ ବଲାଙ୍ଗିରର ଏକ ଘରେଇ ମେଡିକାଲରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.