oum

ପୋଲ ନିର୍ମାଣରେ ସ୍ୱଚ୍ଛତା ରହୁ : ସାଧାରଣରେ ଦାବୀ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଳକ ଚାରପାଲି ପଞ୍ଚାୟତବାସୀଙ୍କ ଦୀର୍ଘ ଦିନର ସ୍ପପ୍ନ ଥିଲା କି ଅଙ୍ଗନଦୀ ଉପରେ ଦେଉଳିଠାରେ ଏକ ପୋଲ ନିର୍ମାଣ ହେଉ । ସୂଚନା ଅନୁସାରେ ପୋଲ ନିର୍ମାଣ ହେବା ଦ୍ୱାରା ଲୋକଙ୍କୁ ୧୫ କିମି ବୁଲିକି ଯିବାକୁ ପଡିବନି । ସେମାନେ କମ୍‌ ସମୟ ମଧ୍ୟରେ ପଦ୍ମପୁର ସହର ସହ ଯୋଡି ହୋଇ ପାରିବେ । ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦେଉଳି ଠାରେ ଥିବା ନଦୀ ଉପରେ ବିଜୁ ସେତୁ ଯୋଜନା ମାଧ୍ୟମରେ ଏକ ପୋଲ ନିର୍ମାଣ କରାଯାଉଛି । ଏହି ପୋଲ ନିର୍ମାଣ ହେବା ଦ୍ୱାରା ଚାରପାଲି ଏବଂ କନସିଂହା ପଞ୍ଚାୟତର ଜନସାଧାରଣ ସହଜରେ ପଦ୍ମପୁର ସହର ସହ ଯୋଡି ହୋଇ ପାରିବେ । ଯାହାର ନିର୍ମାଣ ଭାର ଏଲ୍‌ଏନ୍‌ଆଇସି ପ୍ରାଇଭେଟ୍‌ ଲିମିଟେଡ଼୍‌ ନାମକ ଏକ ସଂସ୍ଥାକୁ ଦିଆଯାଇଛି । ସୂଚନା ମୁତାବକ ୨୪୫.୦୪ ମିଟର ଦୈର୍ଘ୍ୟ ଓ ୭.୫ ମିଟର ପ୍ରସ୍ଥ ବିଶିଷ୍ଟ ଏହି ପୋଲର ମୂଲ୍ୟ ରହିଛି ୧୦୪୪.୮୫ ଲକ୍ଷ ଟଙ୍କା । ନିର୍ମାଣର ଅଳ୍ପ କିଛିଦିନ ମଧ୍ୟରେ ଲଘୁଚାପ ବର୍ଷା ଫଳରେ ସାଇଟ କାନ୍ଥ ପ୍ୟାକିଙ୍ଗରେ ନିମ୍ନ ମାନର କାମ ଯୋଗୁଁ ମାଟିଦବି ଯିବା ସହ ରାସ୍ତାରେ ବଡ଼ ବଡ଼ ଫାଟ ହୋଇଯାଇଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ସାଇଟ କାନ୍ଥ ପ୍ୟାକିଙ୍ଗ ସମୟରେ ନିମ୍ନମାନର ପଥର ଦେଇଥିବା କାରଣରୁ ବର୍ଷା ପାଣିରେ ମାଟି ଧୋଇ ହେବା ସହ ବଡ଼ବଡ଼ ଗାତ ସୄଷ୍ଟି ହେଉଛି । ପୋଲ ଉପରେ ମଧ୍ୟ ଫାଟ ସୄଷ୍ଟି ହେବା ସହ ପୋଲର ଛାତ ଦବିବାକୁ ଲାଗିଲାଣି । ଫଳରେ ଲୋକମାନେ ଯିବା ଆସିବା କରିବାରେ ଭୟ କରୁଥିବା ଅଭିଯୋଗ କରୁଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଲୋକଙ୍କ ପାଇଁ ଦୀର୍ଘ ସମୟ ଯାତାୟାତ କରି ପାରିବେ ବୋଲି ପୋଲ ନିର୍ମାଣ କରୁଛନ୍ତି । ହେଲେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀମାନଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଠିକାଦାର ମାନେ ଅତି ନିମ୍ନମାନର କାମ କରୁଛନ୍ତି ଏବଂ ହାତ ଗୁଞ୍ଜା ପାଇଗଲେ ବିଭାଗୀୟ ଅଧିକାରୀ ମଧ୍ୟ ଚୁପ ରହୁଛନ୍ତି ବୋଲି ଅଭିଯୋଗ ହେଉଛି । ଲୋକଙ୍କ ତଥା ଅଞ୍ଚଳର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଏଭଳି ଅସାଧୁ ଠିକାଦାର ଓ କର୍ମଚାରୀ ମାନଙ୍କ ଯୋଗୁଁ ତାହା ଲୋକଙ୍କ ପଖରେ ପହଞ୍ଚି ପାରୁନାହିଁ ହୋଲି ସାଧାରଣରେ ଅଭିଯୋଗ ହେଉଛି । ଅନ୍ୟପଟେ ନିମ୍ନ ମାନର କାମ ହେଉଥିବା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଜନସାଧାରଣ ଅଭିଯୋଗ କଲେ ଲୋକ ମାନଙ୍କୁ ଭୁଆଁ ବୁଲେଇ ଚୁପ କରେଇ ଦେଉଥିବା ଲୋକେ ଅଭିଯୋଗ କରୁଛନ୍ତି ।

Leave A Reply

Your email address will not be published.