jayashree

ଗୋଟିଏ ବର୍ଷାରେ ଧୋଇଗଲା ପାଞ୍ଚ ଲକ୍ଷ ଟଙ୍କାରେ ତିଆରି ହୋଇଥିବା ପୋଖରୀର ଆଡି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ମନରେଗା କାମରେ ଦୁର୍ନୀତି ହେଉଥିବା ଖବର ପ୍ରତ୍ୟେକ ଦିନ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ବେଳେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଲଖମରା ପଞ୍ଚାୟତ ଧୂମାଭଟା ଗାଁରେ ମଧ୍ୟ ସାମନାକୁ ଆସିଛି ମନରେଗା ଦୁର୍ନୀତିର ନଗ୍ନଚିତ୍ର । ସୂଚନା ଅନୁସାରେ ଧୂମାଭଟା ଗାଁରେ ୨୦୨୦-୨୦୨୧ ମସିହାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କା ବିନିମୟରେ ଏକ ପୋଖରୀ ଖନନ କରାଯାଇଥିଲା । ଗତ ଦୁଇ ଦିନ ହେବ ପଦ୍ମପୁର ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ଯୋଗୁଁ ଏହି ବର୍ଷାରେ ପୋଖରୀ ଆଡି ଭାଙ୍ଗି ଯିବା ଫଳରେ ତଳି ଅଞ୍ଚଳର ଚାଷ ଜମିରେ ପାଣି ମାଡିଯିବା କାରଣରୁ ଧାନ ଚାଷ ନଷ୍ଟ ହୋଇଛି । ପୋଖରୀ ଆଡି ଗୋଟିଏ ବର୍ଷା ପାଣିରେ ମଧ୍ୟ ସମ୍ଭାଳି ପାରିଲାନି । ଆଡି ବନ୍ଧକୁ ଶୀଘ୍ର ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.