
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ସାନଜଲ ଗାଁରେ ଅଭାବନୀୟ ଘଟଣା । ପୂର୍ବଶତ୍ରୁତାକୁ ଘଟିଛି ହତ୍ୟାକାଣ୍ଡ । କଟୁରୀରେ ହାଣି ପଡୋଶୀକୁ ହତ୍ୟା ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ସାନଜଲ ଗାଁର ଶୁକ ଦେହୁରୀ ଏବଂ ଦୋଳ ନାଏକଙ୍କ ମଧ୍ୟରେ ପୂର୍ବଶତ୍ରୁତାକୁ ନେଇ ବିବାଦ ଲାଗିରହିଥିଲା । ଯାହାର ପରିଣତି ଏବେ ହତ୍ୟାକାଣ୍ଡ । ମହୁଲପଦ ସାନଜଲ ଗାଁର ଦୋଳ ନାଏକକୁ କଟୁରୀରେ ହାଣି ହତ୍ୟା କରିଛନ୍ତି ପଡୋଶୀ ଶୁକ ଦେହୁରୀ । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଏହାସହ ଅଭିଯୁକ୍ତ ପଡୋଶୀ ଶୁକ ଦେହୁରୀକୁ ଅଟକ ରଖି ଜେରା କରୁଛି ପୋଲିସ ।