ରାସ୍ତା କାମରେ ନିୟୋଜିତ ପାଣି ଟ୍ୟାଙ୍କର ଓ ଜେସିବିରେ ନିଆଁ ଲଗାଇଲେ ପିଏଲ୍‌ଏଫ୍‌ଆଇ

ନୂଆଗାଁ : ଓଡ଼ିଶା ସୀମାନ୍ତ ଝାରଖଣ୍ଡରେ ପୁଣି ସକ୍ରିୟ ପିଏଲ୍‌ଏଫ୍‌ଆଇ । ରାସ୍ତା କାମରେ ନିୟୋଜିତ ପାଣି ଟ୍ୟାଙ୍କର ଓ ଜେସିବିରେ ଲଗାଇଲେ ନିଆଁ । ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ହାତିବାରୀ ଥାନା ଠାରୁ ୧୦ କି.ମି ଦୂର ଓଡ଼ିଶା ସୀମାନ୍ତ ସିମଡେଗା ଜିଲ୍ଲାର ଜଲଡେଗା ଅନ୍ତର୍ଗତ ଓଡ଼ଗାଁ ରେଳଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଛି । ସୂଚନାନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ହାତିବାରୀ ଥାନା ଠାରୁ ୧୦ କି.ମି ଦୂର ଓଡ଼ିଶା ସୀମାନ୍ତ ସିମଡେଗା ଜିଲ୍ଲାର ଜଲଡେଗା ଅନ୍ତର୍ଗତ ଓଡ଼ଗାଁ ରେଳ ଷ୍ଟେସନ ନିକଟରେ ବୁଧବାର ବିଳମ୍ବିତ ରାତିରେ ପିଏଲ୍‌ଏଫ୍‌ଆଇ ସଙ୍ଗଠନ ପକ୍ଷରୁ ବଡ଼ଧରଣର ହମଲା କରାଯାଇଛି । ବାହାର ଠିକାଦାରଙ୍କ ଦ୍ୱାରା ସେଠାରେ ଚାଲିଥିବା ରାସ୍ତା କାମରେ ନିୟୋଜିତ ଏକ ଜେସିବି ମେସିନ ଓ ଏକ ପାଣି ଟ୍ୟାଙ୍କରକୁ ପିଏଲ୍‌ଏଫ୍‌ଆଇ ସଙ୍ଗଠନ ପକ୍ଷରୁ ନିଆଁ ଲଗାଇ ଦିଆଯାଇଛି । ଘଟଣାସ୍ଥଳରୁ ଧମକପୂର୍ଣ୍ଣ ପୋଷ୍ଟର ମିଳିଛି । ଏହି ପୋଷ୍ଟର ମାଧ୍ୟମରେ କାମ କରୁଥିବା ସମ୍ପୃକ୍ତ ଠିକାଦାରଙ୍କୁ ଧମକ ଦିଆଯାଇଛି । ସଙ୍ଗଠନକୁ ନ ଜଣାଇ କାମ କରିଥିବାରୁ ଏଭଳି ଘଟଣା ଘଟିଥିବା ସଙ୍ଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଖବର ପାଇ ସିମଡେଗା ଓ ଜଲଡେଗା ଥାନାର ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.