centurian jitm

ବେଳାଭୂମିକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ଓ ସ୍ୱଚ୍ଛତା ପାଇଁ ପ୍ରୟାସ ଆରମ୍ଭ କରିଛି ଗଞ୍ଜାମର ‘ଦି ଇକୋ ୱାରିୟର୍ସ’

nschool

ଛତ୍ରପୁର, (କେପିଏନ୍‌ଏସ୍‌) : ବେଳାଭୂମିରେ ପ୍ଲାଷ୍ଟିକ ଓ ପଲିଥିନ ପଡ଼ି ରହି ଏହା ପରିବେଶ ଉପରେ କୁ-ପ୍ରଭାବ ପକାଉଛି । ଜୈବ ବିବିଧତା ନଷ୍ଟ ହେଉଛି । ଏଥିପାଇଁ ବେଳାଭୂମି ଓ ପର୍ଯ୍ୟଟନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ଓ ସ୍ୱଚ୍ଛତା ପାଇଁ ପ୍ରୟାସ ଆରମ୍ଭ କରିଛି ଗଞ୍ଜାମର ‘ଦି ଇକୋ ୱାରିୟର୍ସ’ ଓ ତାକୁ ସହଯୋଗ କରିଛି ଅନୁଷ୍ଠାନ ‘ଭରସା’ । ଗଞ୍ଜାମରୁ ସୋନପୁର ପର୍ଯ୍ୟନ୍ତ ଦୀର୍ଘ ୭୫ କିଲୋମିଟର ପରିବ୍ୟାପ୍ତ ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ ଏକ ଅଭିଯାନ ହାତକୁ ନିଆଯାଇଛି । ଏହି ଅବସରରେ ଚତୁର୍ଥ ପର୍ଯ୍ୟାୟରେ ଛତ୍ରପୁର ବ୍ଲକର ନୋଳିଆ ନୂଆଗାଁର ବିଜୁ ପଟ୍ଟନାୟକ ସମୁଦ୍ର ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆନ୍ତର୍ଜାତୀୟ କ୍ରୀଡ଼ାବିତ ମନସନୀ ମହାରଣା ଓ କୋଭିଡ ଯୋଦ୍ଧା ସରସ୍ୱତୀ ମହାକୁଡ଼ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବୀ ଦୁର୍ଗାମାଧବ ପାଣିଗ୍ରାହୀ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ପ୍ରେସକ୍ଲବ ସଭାପତି ପ୍ରଶାନ୍ତ ମହାରଣା, ରାଧାଶ୍ୟାମ ଫାଉଣ୍ଡେଶନ ଆଣ୍ଡ୍‌ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦେବାଶିଷ ମିଶ୍ର, ସ୍ୱେଚ୍ଛାସେବୀ ଏ. କାଳିଆ, ପ୍ରମୋଦ କୁମାର ପଣ୍ଡା, ‘ଦି ଇକୋ ୱାରିୟର୍ସ’ର ଅଖିଳ ତରାଇ, ପ୍ରଭାତ ବିଶ୍ୱାଳ, ସୀମାଞ୍ଚଳ ଦାସ, ବସନ୍ତ ସାହୁ, ପ୍ରବୀଣ ପ୍ରଧାନ, ପ୍ରଭାତ ସାହୁ, ମିଥୁନ ବାରିକ, ବଳରାମ ରେଡ୍ଡୀ, ଗୁରୁନାଥ ରେଡ୍ଡୀ, ପ୍ରଶାନ୍ତ ସାହୁ, ସଞ୍ଜୟ ସାହୁ, ମୁନା ରେଡ୍ଡୀ, ରାକେଶ ବାରିକ, ପ୍ରକାଶ ରେଡ୍ଡୀ, ଦୁର୍ଯ୍ୟୋଧନ ରେଡ୍ଡୀ, ଦିଗାମ୍ବର ବେହେରା ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ୩୭୫ କେଜି ପ୍ଲାଷ୍ଟିକ ଆବର୍ଜନା ବାହାର କରାଯାଇଥିଲା ।

Leave A Reply

Your email address will not be published.