oom

ସାମ୍ବାଦିକଙ୍କ ପିତୃବିୟୋଗ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣାଶୁଣା ଦୈନିକ ସମ୍ବାଦପତ୍ର ‘ସଜାଗ’ର ସଂପାଦକ ତଥା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ସଦସ୍ୟ ସନ୍ତୋଷ କୁମାର ସ୍ୱାଇଁଙ୍କ ପିତା ରାମଚନ୍ଦ୍ର ସ୍ୱାଇଁଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ନିମୋନିଆରେ ପୀଡିତ ହୋଇ ଗତ ୧୩ ଦିନ ଧରି ଆଇଜିଏଚରେ ଚିକିତ୍ସାଧୀନ ଥିଲେ । ଜଗତସିଂହପୁର ଜିଲ୍ଲାର ମୂଳବାସିନ୍ଦା ସ୍ୱର୍ଗତ ସ୍ୱାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଆରମ୍ଭ ହେବା ପୂର୍ବରୁ (୧୯୫୮) ରାଉରକେଲା ଆସି ବ୍ୟବସାୟ କରିବା ସହ ସେକ୍ଟର ୨୦ର ମାର୍କେଟ ବିଲ୍ଡିଂ ରେ ସପରିବାରେ ରହି ଆସୁଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ବିଧବା ପତ୍ନୀ, ଦୁଇ ପୁତ୍ର, ପୁତ୍ରବଧୂ, ୪ ଝିଅ ଜ୍ୱାଇଁ, ନାତିନାତୁଣୀ ଓ ଆତ୍ମୀୟସ୍ଵଜନ ଉପସ୍ଥିତ ଥିଲେ । ଜଣେ ମେଳାପି ଓ ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳ ସହ ଇସ୍ପାତ ମାର୍କେଟରେ ଶୋକର ଛାୟା ଖେଳିଯାଇଛି । ଆସନ୍ତାକାଲି ତାଙ୍କ ଅନ୍ତେଷ୍ଟି କ୍ରିୟା ସମାପନ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ । ତେବେ ସ୍ୱର୍ଗତ ସ୍ୱାଇଁଙ୍କ ବିୟୋଗ ଖବର ପାଇ ସେକ୍ଟର ୧୯ ଥାନାର ଆମ ପୋଲିସର ଡଃ. ସୁମନ ଦତ୍ତ, ନିହାର ଦାସ, ଗଣେଶ ଜୟସିଂହ, ମନୋଜ ଦାସ, ଏଏସଆଇ ପ୍ରଦୀପ ସାହୁ, କୁଞ୍ଜବିହାରୀ ରାଉତଙ୍କ ସହ ବହୁ ସାମ୍ବାଦିକ ଆଇଜିଏଚକୁ ଯାଇ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.