ବିଜେଡ଼ି ନେତା ଅଜୟ ଦାସଙ୍କ ପିତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡ଼ି ନେତା ଅଜୟ ଦାସଙ୍କ ପିତା ବାମନ ଚରଣ ଦାସ(୯୭)ଙ୍କ ତାଙ୍କ ଆଦର୍ଶପଡ଼ା ସ୍ଥିତ ବାସଭବନରେ ଆଜି ଅପରାହ୍ନ ୧ଟା ୩୦ମି.ରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଦୀର୍ଘ ଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ସେ ଶଯ୍ୟାଶାୟୀ ଥିଲେ । ଅବକାରୀ ବିଭାଗରେ ନିରୀକ୍ଷକ ଭାବେ ଚାକିରୀ କରି ଅବସର ଗ୍ରହଣ କରିଥିବା ସ୍ୱର୍ଗତ ବାମନ ଚରଣ ଦାସ ଜଣେ ଧାର୍ମିକ ତଥା ପରୋପକାରୀ ବ୍ୟକ୍ତି ଥିଲେ । ଆଦର୍ଶପଡ଼ାରେ ରହିଥିବା ଶୈବପୀଠ ପ୍ରତିଷ୍ଠା କରି ସେ ନିଜର ଧାର୍ମିକ ପ୍ରବଣତାର ପରିଚୟ ପ୍ରଦାନ କରିଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀଙ୍କ ସହ ପୁଅ ବୋହୁ, ନାତି ନାତୁଣୀ ତଥା ସଂପର୍କୀୟମାନେ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବର ଜଣାପଡ଼ିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିବାକୁ ଆସୁଛନ୍ତି । ତେବେ ଆସନ୍ତା କାଲି ସକାଳୁ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.