oom

ମହୁଲି ମଦ ନେଲା ଜୀବନ : ସାମାନ୍ୟ ବଚସାରୁ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା

jsmm

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମହୁଲି ମଦ ପାନରୁ ସାମାନ୍ୟ ବଚସା ଓ ପରେ ହତ୍ୟା । ଏପରି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ ଅଞ୍ଚଳରେ ଘଟିଛି । ମୃତକ ଜଣକ ହେଲେ ବାଲିଗୁଡ଼ା ମୁଣ୍ଡାସାହିର ଶଙ୍କର ନାୟକ । ଖବର ଅନୁଯାୟୀ, ସୋମବାର ରାତି ପ୍ରାୟ ୮ଘଣ୍ଟ ସମୟରେରେ ସ୍ଥାନୀୟ ନୂଆସାହିର ନୀରାକାର ନାୟକ (୫୫) ଓ ମୁଣ୍ଡାସାହିର ଶଙ୍କର ନାୟକ (୫୨)ଦୁହେଁ ସାଙ୍ଗ ହୋଇ ହାଟପଦା ସାହିକୁ ମହୁଲି ମଦ ପିଇବାକୁ ଆସି କଥା କଥାରେ କୌଣସି ଏକ କଥାକୁ ନେଇ ବଚସା ହୋଇଥିଲା । ଏଥିରେ ନୀରାକାର ଉତ୍‌କ୍ଷିପ୍ତ ହୋଇ ଶଙ୍କରର ମୁଣ୍ଡକୁ ହାତରେ ପ୍ରବଳ ମାତ୍ରାରେ ପ୍ରହାର କରିଥିଲା, ଏଥିରେ ଶଙ୍କର ତଳେ ପଡିଯିବାରୁ ନିରାକାର ପେଟକୁ ୨/୩ଥର ଗୋଇଠା ମାଡ଼ ମାରିଥିଲା । ଯେଉଁଥିରେ କି’ ଶଙ୍କରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା । ତେବେ ହତ୍ୟା ପରେ ଅତି ଅମାନୁଷିକ ଭାବେ ପ୍ରାୟ ୧୫୦ ମିଟର ପର୍ଯ୍ୟନ୍ତ ମୃତଦେହକୁ ଘୋଷାଡ଼ି ଘୋଷାଡ଼ି ନେଇ ନିକଟସ୍ଥ କମିଟି ଗୃହ ନିକଟରେ ରଖିଥିଲା । ମଙ୍ଗଳବାର ଦିନ ସକାଳେ ସ୍ଥାନୀୟ ଲୋକେ ଶବକୁ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଏବଂ ଶଙ୍କରର ସ୍ତ୍ରୀ ସାବିତ୍ରୀ ନାୟକଙ୍କ ଏତଲା ପ୍ରକାରେ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ କେଶ ନଂ. ୧୮୩/୨୫ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖି ନିରାକାରକୁ କୋର୍ଟକୁ ଚାଲାଣ କରାଯାଇଥିବା ବିଷୟ ତଦନ୍ତ କାରୀ ଅଧିକାରୀ ସଞ୍ଜୟ ସ୍ୱାଇଁ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.