ଗଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଫାର୍ମାସିଷ୍ଟ

ଝରିଗାଁ : ଭୋର ୪ଟା ସମୟରେ ଝରିଗାଁଠାରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ଚନ୍ଦାହାଣ୍ଡି ଅଭିମୁଖେ ଆମ୍ବୁଲାନ୍ସ ସେବା ଯୋଗାଇବାକୁ ଯିବା ସମୟରେ ଝରିଗାଁ ସଦରଠାରୁ ୩ କି.ମି ଦୂର ଧଙ୍ଗଡ଼ାମାଲ୍ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ମୁଖ୍ୟ ରାସ୍ତାରେ ଯାଉଥିବା ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଡାହାଣ ପାର୍ଶ୍ବରେ ରହିଥିବା ଏକ ବିରାଟ କେନ୍ଦୁ ଗଛରେ ବାଡ଼େଇ ହୋଇଛି । ଆମ୍ବୁଲାନ୍ସ ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ ଡ୍ରାଇଭର ମନୋଜ କୁମାର ଦାସ ଓ (ଇଏମଟି) ଫାର୍ମାସିଷ୍ଟ ଦେବନାଥ ମାଳି ଦୁର୍ଘଟଣାରୁ ଅଳ୍ପକ ବର୍ତ୍ତି ଯାଇଛନ୍ତି ।

Leave A Reply

Your email address will not be published.