ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁଧବାର ସନ୍ଧ୍ୟାରେ ସାମ୍ବାଦିକ କୁନା ବାଗଙ୍କ ପିତୃ ବିୟୋଗ ଘଟିଛି । ତାଙ୍କ ପିତା ରାଧେଶ୍ୟାମ ବାଗଙ୍କୁ ଶେଷ ସମୟରେ ୭୭ ବର୍ଷ ବୟସ ହେଉଥିଲା । ସ୍ୱର୍ଗତ ରାଧେଶ୍ୟାମ ବାଗ ପଂଚାୟତ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ଭାବେ ଚାକିରୀ ଜୀବନର ଶେଷ ଦାୟିତ୍ୱ ତୁଲାଇଥିଲେ । ପରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ଲିପ୍ତ ଥିଲେ । କିଛି ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଦେଇ ଗତି କରୁଥିଲେ । ଜତ କାଲି ସନ୍ଧ୍ୟାରେ ସ୍ଥାନୀୟ ଭୀମ ଭୋଇ ମେଡିକାଲ୍ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା । ଶେଷ ସମୟରେ ତାଙ୍କ ତିନି ପୁଅ କୁନା, ଟୁନା, ମୁନା, ହୋହୂ ହସ୍ମିକା, ତାରା, ମିନା, ସଂଗୀତା ଓ ଦୁଇ ଝିଅ ସହ ନାତି ନାତୁଣୀ ପ୍ରାଚୀ, ଶୁଭମ, ସତ୍ୟମ, ସ୍ୱାଗତ, ପିଣ୍ଟୁ, ରିଣ୍ଟୁ ଓ ମଣ୍ଟୁ ଉପସ୍ଥିତ ଥିଲେ । ବଡ଼ପୁଅ କୁନା ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି ।