ପିପିଲି : ପିପିଲି ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପକ୍ଷରୁ ଜୋର୍ ଧରିଲାଣି ପ୍ରଚାର ପ୍ରସାର । ବିଜେପି ଓ ବିଜେଡି ପରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବିଜେପିରୁ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ, ବିଜେଡିରୁ ରୁଦ୍ର ପ୍ରତାପ ମହାରଥି ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।
ତେବେ ୨୦୧୯ ସାଧାରଣ ନିର୍ବାଚନରେ ପିପିଲିରୁ ପ୍ରାର୍ଥୀ ହୋଇଥିଲେ ଅଜିତ ମଙ୍ଗରାଜ । ତାଙ୍କୁ ମିଳିଥିଲା ମାତ୍ର ୯ହଜାର ୮୩୦ ଖଣ୍ଡ ଭୋଟ୍ । ଏଥର ତାଙ୍କୁ ପୁଣି ଥରେ ଟିକେଟ ଦେଇଛି ଦଳ । ପିପିଲିରେ ଏଥର ଅଭିଜ୍ଞ ଓ ନବାଗତଙ୍କ ମଧ୍ୟରେ ଲଢ଼େଇ ହେବ ।