ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସହରର ନୃସିଂହନାଥ ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଥିବା ହେତୁ ପ୍ରାୟ ଭାରତର କୋଣ ଅନୁକୋଣରୁ ତୀର୍ଥଯାତ୍ରୀ ମାନେ ସବୁବେଳେ ଆସିଥାନ୍ତି । ଏହି ଅଞ୍ଚଳରେ ଲୋକ ମାନଙ୍କ ଆସିବା ଯୋଗୁଁ ପ୍ରାୟତଃ ଗହଳି ରହିଥାଏ । ବର୍ତ୍ତମାନ ପାଇକମାଲ ସହରର ପରିବେଶ ବିଗିଡିବାରେ ଲାଗିଛି । ସହରର ନୃସିଂହନାଥ ଛକ ଠାରୁ ପାଇକମାଲ ଗ୍ରୀଡ ଷ୍ଟେସନ ପର୍ଯ୍ୟନ୍ତ କୁଢକୁଢ ମଇଳା ଜମା ହୋଇଛି । ଏହି ମଇଳା ଯୋଗୁଁ ସହରଟି ପରିବେଶ ପ୍ରଦୁର୍ଷଣର ଚିନ୍ତା ବଢାଇଛି । ସହରର ପ୍ରାୟ ବ୍ୟବସାୟୀ ମାନେ ଦୋକାନର ମଇଳା ଆବର୍ଜନା ଆଣି ରାସ୍ତାର ଉଭୟ ପାର୍ଶ୍ୱରେ ଫିଙ୍ଗି ଦେବା ଯୋଗୁଁ ସହରର ସୌନ୍ଦର୍ଯ୍ୟ ବିଗିଡି ଚାଳିଛି ବୋଲି ଅଭିଯୋଗ ହେଉଛି । ଏପରି କି ପରିବେଶବିତ୍ ମାନେ ଏହା ପ୍ରତି ସକାରତ୍ମକ ଚିନ୍ତାଧାରା ନଥିବା ଯୋଗୁଁ ଏହାର ପ୍ରାର୍ଦୁଭାବ ବଢି ଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ପ୍ରଶାସନର ନଜର ବାହାରେ ଥିବା ହେତୁ ଲୋକ ମାନଙ୍କର ପ୍ରଦୁଷଣ ସମସ୍ୟା ବୃଦ୍ଧି ପାଉଛି । ଏହା ପ୍ରତି ପ୍ରଶାସନ ବିଶେଷ ଧ୍ୟାନ ଦେଇ ଦୃଷ୍ଟି ଆକର୍ଷଣ କଲେ ନୃସିଂହନାଥକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ମଙ୍ଗଳ ସହିତ ସହରବାସୀଙ୍କ ପାଇଁ ଭଲ ସାବ୍ୟସ୍ତ ହେବ ବୋଲି ସ୍ଥାନୀୟ ଜନସାଧାରଣରେ ଦାବୀ ହେଉଛି ।