ପିଇବା ପାଣି ପାଇଁ ଡହକ ବିକଳ ବଡ଼କୁଞ୍ଜାରୀ ମନ୍ଦିରପଡାବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଥାରେ ଅଛି ଜଳ ହିଁ ଜୀବନ । ସରକାର ସ୍ୱଚ୍ଛ ଜଳ କିପରି ଭାବେ ଘରେ ଘରେ ପହଞ୍ଚିବ ସେଥି ପାଇଁ ନାନା ଯୋଜନା ଗୁଡିକ କରିଛନ୍ତି । ଯେମିତି ଶୁଦ୍ଧ ପାଣି ପାଇବା ପାଇଁ କେହି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଆଗେ ଗ୍ରାମୀଣ ଜଳ ଓ ପରିମଳ ବିଭାଗ ଅଧିନରେ ନଳକୂପ ଖନନ ଓ ମରାମତି କାର୍ଯ୍ୟ ଚାଲୁଥିଲା କିନ୍ତୁ ଏବେ ପଞ୍ଚାୟତିରାଜ ବିଭାଗ ଅଧିନରେ ଏହା ଯାଉଛି । ଫଳରେ ପଞ୍ଚାୟତ ସ୍ତରରେ ନଳକୂପ ବସାଇବା ଓ ମରାମତି କାର୍ଯ୍ୟ କରିବା ପାଇଁ ନଳକୂପ ବସାଇବା ଓ ମରାମତି ପାଇଁ ପଞ୍ଚାୟତ ସ୍ତରରେ ନଳକୂପ ସହଯୋଗୀ ନିଯୁକ୍ତ ହୋଇଛନ୍ତି । ସରକାର ନାନାବିଧ ଯୋଜନାଗୁଡିକ କରିଥିଲେ ମଧ୍ୟ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ଗ୍ରାମ ପଞ୍ଚାୟତରେ । ସୂଚନା ଅନୁସାରେ ଜଗଦଲପୁର ଗ୍ରାମ ପଞ୍ଚାୟତର ବଡକୁଞ୍ଜାରି ଗ୍ରାମର ମନ୍ଦିରପଡ଼ାବାସୀ ନଳକୂପ ଖନନ ହୋଇ ମଧ୍ୟ ପାଇବା ପାଇଁ ପାଣି ବୁନ୍ଦାଏ ପାଉ ନାହାନ୍ତି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ସୂଚନା ଅନୁସାରେ ବଡ଼କୁଞ୍ଜାରୀର ମନ୍ଦିରପଡାରେ ବିଗତ ଦୁଇ ବର୍ଷ ତଳେ ପିଇବା ପାଣି ପାଇଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରେଖା ବାଗଙ୍କ ଦ୍ୱାରା ଏକ ନଳକୂପ ଖନନ କରାଯାଇଥିଲା । କିନ୍ତୁ ଆଜିକୁ ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ହ୍ୟାଣ୍ଡପମ୍ପ ଫିଟିଙ୍ଗ କରାଯାଇ ନାହିଁ । ଅନେକ ଥର ତାଙ୍କୁ ସମ୍ପର୍କ କରାଯାଇ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ଅନୁରୋଧ କଲେ ମଧ୍ୟ ସେ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । କାଲି କରିବା କହି କହି ଏଡାଇ ଦେଉଛନ୍ତି । ଦେଖାଯାଉ ସରପଞ୍ଚ ମହୋଦୟାଙ୍କ କାର୍ଯ୍ୟକାଳ ଏବେ ସରିବାକୁ ବସିଲାଣି କେବେ ତାଙ୍କର କାଲି ଫିଟିଙ୍ଗ କରିବା କହି କହି ଯେଉଁ ଭୁଆଁ ବୁଲାଉଛନ୍ତି କେବେ ତାଙ୍କର କାଲି ହେବ ଓ ମନ୍ଦିରପଡ଼ାବାସୀ କେବେ ଶୁଦ୍ଧ ପାଣି ବୁନ୍ଦାଏ ପାଇବେ ।

Leave A Reply

Your email address will not be published.