oom

ଫିଜିୟୋଥେରାପି ଶିବିର ଆୟୋଜିତ

jsmm

ଭୁବନେଶ୍ୱର, (ଶୁଶାନ୍ତ ସାହୁ) : ସମାଜ ସେବା କ୍ଷେତ୍ରରେ ଅଗ୍ରଣୀ ସଂଗଠନ ଭାବେ ନିଜର ଉତ୍ତର ଦାୟିତ୍ୱ ସମ୍ପାଦାନରେ ଅନ୍ୟ ଏକ ଉଦାହରଣ ସୃଷ୍ଟି କରି ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଉତ୍କଳ ପ୍ରାଦେଶିକ ମାରୁୱାଡି ସମ୍ମେଳନ, ଭୁବନେଶ୍ୱର ଶାଖା ଏକ ଚତୁର୍ଦ୍ଦିବସୀୟ ଭ୍ୟୈତିକ ଚିକିତ୍ସା ଶିବିର ସ୍ଥାନୀୟ ତେରାପନ୍ଥୀ ଭବନ କଟକ ରୋଡ ହୋଟେଲ ଭିଟସ୍‌ ନିକଟଠାରେ ଆଜି ଉଦ୍‌ଘାଟନ ସକାଳ ୯ ଘଟିକା ସମୟରେ ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗୀଙ୍କ ଦ୍ୱାରା ହେବ । ଏହି ଶିବିରକୁ “ବୃଦ୍ଧଜନ ସେବା ସଂସ୍ଥାନ” ଉଦୟପୁର (ରାଜସ୍ଥାନ)ର ସୁନାମଧନ୍ୟ ଚିକିତ୍ସାବିତ୍ ଡଃ ସାହିଲ ଗ୍ରୋବାର ଏବଂ କୈଳାଶ କୁମାର ଓ ତାଙ୍କ ଟିମଙ୍କ ଦ୍ୱାରା ପରିଚାଳନା କରାଯାଉଛି । ଏହି ଶିବିରରେ ମୁଖ୍ୟତଃ ଆଣ୍ଠୁ, ଅଣ୍ଟା ଓ ପିଠିର ଯନ୍ତ୍ରଣା ତଥା ସାଇଟିକା ପରି ଯନ୍ତ୍ରଣା ଦାୟକ ବ୍ୟାଧି ଚିକିତ୍ସା ଓ ଆଶୁ ଉପଶମ ତଥା ଚିକିତ୍ସା ପରବର୍ତ୍ତୀ ପରାମର୍ଶ ନିଃଶୁକ୍ଲ ଦିଆଯାଉଛି । ମାତ୍ର ପଚାଶ ଟଙ୍କା ଦାଖଲ କରି ଏଠାରେ ପଞ୍ଜିକରଣ କରିବାକୁ କାର୍ଯ୍ୟକ୍ରମ ସଂଯୋଜକ ଉମେଶ ଖଣ୍ଡେଲୱାଲ , ଶାଖା ସଚିବ ହରିଓମ ଗୋୟଲ ଅନୁରୋଧ କରିଛନ୍ତି । ଆଜି ଠାରୁ ଆରମ୍ଭ ଏହି ଶିବିର ସକାଳ ୧୦ ଘଟିକାଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଚାଲୁଅଛି । ଏହି ଶିବିର ତା୨୧/୧୨/୨୧ରିଖ ମଙ୍ଗଳବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ଶିବିରର ସୁପରିଚାଳନା ନିମନ୍ତେ କାର୍ଯ୍ୟକ୍ରମର ସଂଯୋଜକ ରାଜେଶ କେଜ୍ରିୱାଲ, ରୋହିତ ଖେମକା, ଲକ୍ଷ୍ମୀ ନାରୟଣ ଅଗ୍ରୱାଲ, ନବରତ୍ନ ବୋଥ୍ରା, ପବନ ଅଗ୍ରୱାଲ, ପ୍ରଦୀପ ଅଗ୍ରୱାଲ, ଅଶୋକ ଅଗ୍ରୱାଲ ଆଦି ବ୍ୟକ୍ତି ଗଣ ସହଯୋଗ କରୁଛନ୍ତି । ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ କରୋନାର ପ୍ରଥମ ପର୍ଯ୍ୟାୟରେ ଏକ ଲକ୍ଷ କୋଡିଏ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ବିତରଣ କରାଯାଇଥିଲା, ଦ୍ୱିତୀୟ ପର୍ଯ୍ୟାୟରେ ଆମ୍ବୁଲାନ୍ସ ସେବା, ଅକ୍ସିଜେନ ସିଲିଣ୍‌ଣ୍ଡର, କନ୍‌ସେନ୍‌ଟ୍ରେଟର ମେସିନ, ଔଷଧ ବିତରଣ କରାଯାଇଥିଲା । ଗରିବ ଓ ଅସହାୟ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଯୋଗାଇ ଦିଆଯାଉ ଅଛି ।

jittmm
Leave A Reply

Your email address will not be published.