ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସାପ୍ତାହିକ ହାଟରୁ ୫ଟି ମୋବାଇଲ୍ ଫୋନ୍ ଚୋରି ହୋଇଥିବା ଦେଓଗାଁ ଥାନାରେ ଗତକାଲି ଅଭିଯୋଗ ହୋଇଛି । ବଜାର ଭିତରେ ପୁଲିସ ମାସ୍କ ଯାଞ୍ଚ କରୁଥିବା ସମୟରେ ଏହି ଚୋରି ହୋଇଥିବା ଜଣାପଡ଼ିଛି । ଥାନା ପଛପଟେ ବସୁଥିବା ହାଟରୁ ପୁଲିସର ଉପସ୍ଥିତିରେ ଚୋରମାନେ ୫ଟି ମୋବାଇଲ୍ ଫୋନ୍ ଲୁଟିନେବା ଘଟଣାକୁ ନେଇ ନାନା ଆଲୋଚନା ହେଉଛି । ଲୁଟ୍ର ଶିକାର ହୋଇଥିବା ୫ ଜଣଙ୍କ ମଧ୍ୟରୁ ଦୁଇଜଣ କଛାରପାଲିର, ଜଣେ ହାତୀସରାର ଓ ଅନ୍ୟ ଦୁଇଜଣ ନିକଟସ୍ଥ ଗାଁର ବୋଲି ଜଣାପଡ଼ିଛି । ଏନେଇ କିଛି ଜଣ ଦେଓଗାଁ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ ମୋବାଇଲ ଚୋର ଧରା ପଡ଼ିନଥିବା ଜଣାପଡ଼ିଛି ।