ଡିସେମ୍ବର୧୭ରେ ଭିନ୍ନକ୍ଷମଙ୍କ ପାଇଁ ପର୍ପଲ ଫେଆର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭିନ୍ନକ୍ଷମମାନଙ୍କ ପାଖରେ ଅନେକ ପ୍ରତିଭା ରହିଛି । ସେହି ପ୍ରତିଭାର ପ୍ରଦର୍ଶନ ପାଇଁ ମଂଚ ପ୍ରଦାନ କରିବା ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆତ୍ମ ବିଶ୍ୱାସ ଯୋଗାଇ ଦେବା ଉଦ୍ଦେଶ୍ୟରେ ଆସନ୍ତା ୧୭ ତାରିଖରେ ସ୍ଥାନୀୟ କଳାମଣ୍ଡଳ ପଡିଆଠାରେ ସି ଆର ସି ପକ୍ଷରୁ ପର୍ପଲ ଫେଆରର ଆୟୋଜନ କରାଯିବ । ଏଥରେ ଖେଳକୁଦ, ଚିତ୍ରାଙ୍କନ, କଳା ପ୍ରଦର୍ଶନୀ, ସଚେତନତା, ପ୍ରତିକାତ୍ମକ ଭାଷା ଆଦି ପ୍ରତିଯୋଗିତା ଆୟୋଜିତ କାରାଯିବ । ସାରା ଜିଲ୍ଲାରୁ ପ୍ରାୟ ୩୦୦ ପ୍ରତିଯୋଗି ଭାଗନେବାକୁ ଥିବାବେଳେ ୫୦କୃତି ପ୍ରତିଯୋଗିଙ୍କୁ ହଜାରେ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ । ତେବେ ଏହି ଫେଆରରେ ସାରା ଜିଲ୍ଲାରୁ ଭିନ୍ନକ୍ଷମମାନେ ଯୋଡି ହେବାପାଇଁ ସାମ୍ବାଦିକ ସମ୍ମଳନୀରେ ବଲାଙ୍ଗିର ସିଆର ସି ନିର୍ଦ୍ଦେଶକ ଗୁରବକ୍ସ ଚନ୍ଦ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.