lika

ଡେଲାଙ୍ଗ ଥାନା ହାଜତରୁ ଅଭିଯୁକ୍ତ ଫେରାର୍‌ ଘଟଣାରେ ଏଏସ୍‌ଆଇ ଓ କନେଷ୍ଟବଳ ନିଲମ୍ବିତ

gbag

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ ବ୍ରାହ୍ମଣ ତରାବୋଇ ଗ୍ରାମରେ ହୋଇଥିବା ଏକ ଆକ୍ରମଣ ଘଟଣାରେ ଡେଲାଙ୍ଗ ଥାନାରେ ଅଟକ ଥିବା ଜଣେ ଅଭିଯୁକ୍ତ ପୁଲିସ ହେପାଜତରୁ ଫେରାର ହୋଇଯିବା ଘଟଣାରେ ଡେଲାଙ୍ଗ ଥାନାର କାର୍ଯ୍ୟରତ ମହିଳା ଏଏସ୍‌ଆଇ ପଦ୍ମିନୀ ସାହୁ ଓ ମହିଳା କନେଷ୍ଟବଳ ରୋଜାଲିଆ ବାକ୍ଲାଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ତେବେ ଡେଲାଙ୍ଗ ଥାନା ହାଜତରୁ ଅଭିଯୁକ୍ତ ଫେରାର୍‌ ଘଟଣାରେ ବ୍ରାହ୍ମଣ ତରବୋଇ ଗ୍ରାମର ଲୋକ ମାନଙ୍କ ସହିତ ପିପିଲି ଏସ୍‌ଡିପିଓଙ୍କ ଡେଲାଙ୍ଗ ଥାନା ପରିସରରେ ଆଲୋଚନା ହୋଇଥିବା ବେଳେ ଫେରାର୍‌ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଏସ୍‌ଡିପିଓ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି ।

sandip
Leave A Reply

Your email address will not be published.