ପିଇବା ପାଣି ପାଇପ ବିଛାଇବା ଆଳରେ ମାଟି ଖୋଳି ଠିକାଦାର ଫେରାର

ପଦ୍ମପୁର, (ନିରୋଜ କୁମାର ପାଣୀ), ପଦ୍ମପୁର ସହରାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାଇପ ଯାଗେ ପାଣି ଯୋଗାଇ ଦିଆଯାଏ । ପଦ୍ମପୁର ଏନ୍‌ଏସି ଅଧିନସ୍ଥ ସୂର୍ଯ୍ୟନଗର ଅଞ୍ଚଳର ଆର୍‌ଡବ୍ଲୁଏସ୍‌ଏସ୍‌ କାର୍ଯ୍ୟାଳୟ ନିକଟସ୍ଥ ଗଳିରେ ଆଜିଯାଏ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପିଇବା ପାଣି ଯୋଗଇ ଦିଆଯାଉନାହିଁ । ଦୀପ ତଳ ଅନ୍ଧାର ସଦୃଶ ସହର ମଧ୍ୟଭାଗରେ ଅବସ୍ଥିତ ସୂର୍ଯ୍ୟନଗର କିଛିକାଂଶକୁ ପାନୀୟ ଜଳ ନ ଯୋଗାଇବା ଦୁର୍ଭାଗ୍ୟ ଜନକ । ପିଇବା ପାଣି ପାଇପ ବିଛାଇବା ଆଳରେ ମାଟି ଖୋଲି ଠିକାଦାର ଫେରାର ମାରିଥିବା ପରି ଘଟଣା ସାମ୍‌ନାକୁ ଆସିଛି । ପ୍ରାୟ ଛଅ ମାସ ପୂର୍ବରୁ ଏହି ଗଳିରେ ପିଇବା ପାଣି ଯୋଗଇ ଦେବା ପାଇଁ କିଛି ଲୋକ ଆସି ରାସ୍ତା ଖୋଳିଲେ । ଏହି ଗଳିରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ବିଶୁଦ୍ଧ ପାନୀୟ ଜଳ ପାଇବାର ଆଶା ପ୍ରକଟ ହୋଇଥିଲା । ଦୀର୍ଘ ଛଅ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପାଇପ ବିଛାଇବା ଦୂରର କଥା, ଯେମିତି ମାଟି ଖୋଲିଥିଲେ ସେମିତି ପଡିରହିଛି । ଫଳରେ ଏଠାରେ ବସବାସ କରୁଥିବା ଲୋକେ ଯିବା ଆସିବାରେ ବହୁ ଅସୁବିଧା ଭୋଗୁଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ତଥା ବିଭାଗୀୟ ଅଧିକାରୀ ଏହି ଗଳିର ଜନସାଧାଣଙ୍କୁ ଅଣଦେଖା କରୁଥିବା ଲୋକମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ପାଣି ପାଇପ ବିଛାଇବା ସହ ବିଶୁଦ୍ଧ ପାନ୍ୟୀ ଜଳ ଯୋଗାଇ ଦେବା ପାଇଁ ଜନସାଧାରଣ ଦାବୀ କରିଛନ୍ତି ।

Leave A Reply

Your email address will not be published.