ପତ୍ନୀଙ୍କୁ ୬ ମାସର ଗର୍ଭବତୀ କରି ସ୍ୱାମୀ ଫେରାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗର୍ଭକୁ ହେଲାଣି ୬ ମାସ କିନ୍ତୁ ସ୍ୱାମୀ ଫେରାର୍‌ । ସ୍ୱାମୀକୁ ଖୋଜିବାକୁ ଚାରିଆଡ଼େ ବୁଲୁଛନ୍ତି ଜଣେ ଅନ୍ତଃସତ୍ତ୍ୱା ମହିଳା । ବଲାଙ୍ଗିର ଟାଉନ ଥାନାକୁ ଆସିଥିବା ଜଣେ ମହିଳା ଏଭଳି କିଛି କାହାଣୀ ବଖାଣିଥିଲେ । ଯାହାକୁ ମନର ମଣିଷ ଭାବି ହାତ ଧରିବାକୁ ଘର ଛାଡ଼ିଥିଲେ, ସେ ବିଶ୍ଵାସରେ ବିଷ ଦେଇ ତାଙ୍କୁ ଏକୁଟିଆ କରି ଦେଲାେ ଛାଡି ଚାଲିଗଲା । ମହିଳା ଜଣକ ଏବେ ଯିବେ କୁଆଡେ, କରିବେ କଣ ? ବାପଘର ଲୋକେ ଗ୍ରହଣ କରିବାକୁ ନାରାଜ । ସ୍ୱାମୀ ଘରଲୋକେ ବି ଅମାନିଆ । ଏଭଳି ଦ୍ଵନ୍ଦ ମଧ୍ୟରେ ଏବେ ଫସି ରହିଛନ୍ତି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମର ମହିଳା ଶିଲି ସାହୁ । ମିଳିଥିବା ସୂଚନା ଅନୁସାରେ ଶିଲି ସାହୁ ଦୀର୍ଘ ଦିନ ହେଲା ତାଙ୍କ ଗ୍ରାମର ଆଶିଷ ସାହୁକୁ ଭଲ ପାଉଥିଲେ । ବିବାହରର ପ୍ରତିଶ୍ରୁତି ଦେଇ ଅନେକ ଥର ଶାରୀରିକ ସମ୍ପର୍କ ରଖିଲା ପ୍ରେମିକ ଆଶିଷ । ଏପରିକି ଘର ଲୋକଙ୍କ ଅଜାଣତରେ ଶିଲିକୁ ରାୟପୁର ନେଇ ଯାଇଥିଲା ଠକ ପ୍ରେମିକ । ଦୁହେଁ ସେଠାରେ ମନ୍ଦିରରେ ବାହା ହୋଇଥିଲେ । କିନ୍ତୁ କିଛି ମାସ ସେଠାରେ ରହିବା ପରେ ବରଗଡ଼କୁ ସେମାନେ ଆସି ରହୁଥିଲେ । ଏବେ ବଲାଙ୍ଗିର ସହରକୁ ଆଣି କଲେଜ୍ ଛକ ନିକଟରେ କିଛିଦିନ ରଖିବା ପରେ ସ୍ୱାମୀ କୁଆଡେ ଛାଡ଼ି ପଳାଇଛି ନିରୀହ ପତ୍ନୀଙ୍କୁ । ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ସ୍ୱାମୀର ପତ୍ତା ନମିଳିବାରୁ ସେ ଟାଉନ ଥାନାର ଦ୍ଵାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ସ୍ୱାମୀକୁ ଖୋଜି ଆଣିବା ସହିତ ସେ ତାଙ୍କ ଗର୍ଭରେ ଥିବା ଛୁଆର ବାପା ଭାବରେ ଯେମିତି ଗ୍ରହଣ କରିବେ, ତାର ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି ।

Leave A Reply

Your email address will not be published.