centurian jitm

କୋଶଲୀ ଫିଲ୍ମ ‘ଫଟା ବାଦଲ’ ସୁଟିଂ ଆରମ୍ଭ

nschool

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ନୂଆପଡା, କଳାହାଣ୍ଡି ଭଳି ଅନେକ ଜିଲ୍ଲାରୁ ପ୍ରତ୍ୟେକ ବର୍ଷ ହଜାର ହଜାର ଲୋକେ ନିଜର ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇ ଥାଆନ୍ତି । କେତେବେଳେ ମା’ ଛୁଆ ବିକ୍ରି କରେ ତ’ କେତେବେଳେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଦେହ ନିଜ ଭିଟାମାଟିକୁ ଫେରେ ।ତେବେ ଦାଦନ ପରିବାରର କାହାଣୀକୁ ନେଇ ଏହି ଫଟା ବାଦଲ କୋଶଲୀ ଫିଲ୍ମ ସୁଟିଂ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିବେକାନନ୍ଦ ନାଟ୍ୟ ସଂସଦର ପ୍ରସ୍ତୁତିରେ ସ୍ଥାନୀୟ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି କୋଶଲୀ ଫିଲ୍ମର ଉଦ୍‌ଘାଟନ କରିଥିଲେ । ସ୍ଥାନୀୟ ସରପଞ୍ଚ ଭୀମସେନ ସ୍ବାଇଁ, ସୁବାସ ରଥ, ବିନାୟକ ଭୋଇ, ସିଆରସିସି ଉଦୟ ଶଙ୍କର ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ତେବେ ପଶ୍ଚିମ ଓଡିଶାର କଳା, ସଂସ୍କୃତି, ପରମ୍ପରା, ଲୋକନୃତ୍ୟ ଏବେ ଗ୍ରାମାଞ୍ଚଳରେ ଲୋପ ପାଇବାକୁ ବସିଲାଣି । ଏହି ବିଜ୍ଞାନ ଯୁଗରେ ପୁଣି ଥରେ ଗ୍ରାମାଞ୍ଚଳରେ ଲୁଚି ରହିଥିବା କଳାକାର ମାନଙ୍କୁ ତାଙ୍କ କଳା ପ୍ରଦର୍ଶନ କରିବା ସହିତ ଲୋକଙ୍କ ପାଖରେ ପୁଣି ଥରେ କିଭଳି ଫେରିବ କଳା, ତାହାକୁ ନେଇ ଏହି କୋଶଲୀ କ୍ଷୁଦ୍ର ଚଳଚିତ୍ର ‘ଫଟାବାଦଲ’କୁ ରଚନା ଓ ନିର୍ଦ୍ଦେଶନା ଦାୟିତ୍ୱ ଗ୍ରହଣ କରିଛନ୍ତି ଅଧ୍ୟାପକ ଅଭିମନ୍ୟୁ ରଣା । ମୁଖ୍ୟ ଭୂମିକାରେ ହୀରୋ ଭାବେ ଅମରେଶ କୁମାର ସାହୁ, ହୀରୋଇନ ସୁଶ୍ରୀ ସ୍ୱତୀମୟୀ ଯାନୀ ଅଭିନୟ କରି ଥିବା ବେଳେ ସୁଭମ, ନୀତିକ, ଶିଶୁ କଳାକାର, ଦୀପା, ଶ୍ରଦ୍ଧାଞ୍ଜଳି, ନିଲୁ, ଡା ବିଶ୍ଵଜିତ ମିଶ୍ର, ପ୍ରସ‌ନ୍ନ, ସରଜୁ,ସୋନୁ,ଚନ୍ଦ୍ର, ବିଭୁତି,ମୁନୁ,ରଜତ ,ଡୋଳା,ପୂରନ,କ୍ଷେତ୍ର, ଦେବ ରଞ୍ଜନ,ଶ୍ରୀକାନ୍ତ, ଅମିତ, ଅଭିଷେକ, ଚନ୍ଦ୍ର ମଣୀ, ସନ୍ତୋଷ, ଗଗନ, ଟୁନା ପ୍ରମୁଖ ଅଭିନୟ କରିଛନ୍ତି । କ୍ୟାମେରା ମ୍ୟାନ ଭାବେ ଦଳ ରାମ ନାରାୟଣ ବାଗ ଓ ଦଲଗୋବିନ୍ଦ ଭୋଇ ଦାୟିତ୍ୱ ତୁଲାଇଛନ୍ତି । ତେବେ ଏହି ଫିଲ୍ମ ଟି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ନିର୍ଦ୍ଦେଶକ ଶ୍ରୀ ରଣା ଆଶା କରିଛନ୍ତି ।

Leave A Reply

Your email address will not be published.