oom

ପଦ୍ମପୁର ବିଜେଡି କାଉନସିଲର ଫାଟ ସ୍ପଷ୍ଟ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଠିକାଦାରଙ୍କୁ ବିନା ଫାଇଲ ଉପଡେଟ୍‌ରେ ବିଲ୍‌ ନଦେବାକୁ କହିଛନ୍ତି ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ ଠିକାଦାରଙ୍କୁ କାର୍ଯ୍ୟର ବିଲ୍‌ ଶୀଘ୍ର ମିଳୁ ବୋଲି ତାଲା ପକାଇ ଧାରଣା ଦେଇଛନ୍ତି ଉପଧ୍ୟାକ୍ଷା । ଘଟଣାଟି ହେଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର, ତେବେ ଗତ ପୌର ନିର୍ବାଚନରେ ସଂଖ୍ୟାଧିକ କାଉନସିଲର ଜିତି ଉଭୟ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ସିଟ୍‌ ବିଜେଡି ହାତେଇ ଥିବା ବେଳେ ବର୍ତ୍ତମାନ କିନ୍ତୁ ନିଜ ନିଜ ଶକ୍ତି ପ୍ରଦର୍ଶନରେ ମସଗୁଲ ଉଭୟ ନେତ୍ରୀ । ତେବେ ଘଟଣା ଅନୁଯାୟୀ ଦୀର୍ଘ ପ୍ରାୟ ୪ ବର୍ଷ ଧରି ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିର୍ଣ୍ଣ ଠିକା କାର୍ଯ୍ୟମାନ ଠିକାଦାର ମାନେ କରି ଆସଥିବା ବେଳେ କୌଣସି ଠିକା କାର୍ଯ୍ୟର ବିଲ୍‌ ହେଉନଥିବା ଏବଂ ଦୀର୍ଘ ଦିନ ଧରି ବାକି ରହିଥିବା ବେଳେ ବାରମ୍ବାର ଅଭିଯୋଗ ପରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା କୌଣସି ଠିକା କାମର ତାଙ୍କ ବିନା ଅବଗତିରେ ବିଲ୍‌ ନକରିବାକୁ କହିଥିବାରୁ ବିଲ୍‌ ହୋଇ ନଥିବା କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିବା ଅଭିଯୋଗ କରି କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି ଠିକାଦାର । ତେବେ ଏହି ଘଟଣାକୁ ବିରୋଧ କରି ଅଧ୍ୟକ୍ଷାଙ୍କ ଏହି ନିର୍ଦ୍ଦେଶକୁ ପୂର୍ବରୁ ମଧ୍ୟ ସଭାରେ ବିରୋଧ କରିଥିବା କହିବା ସହ ଠିକାଦାର ମାନେ ନ୍ୟାୟ ପାଇବା କଥା ଏବଂ ତାଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କୁ ସମର୍ଥନ କରି ବସିଛନ୍ତି ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ । ତେବେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଉଭୟେ ଗୋଟିଏ ପାର୍ଟିର ହୋଇଥିଲେ ସୁଦ୍ଧା ଗୋଟିଏ ପ୍ରସଙ୍ଗକୁ ନେଇ ଆମ୍ନା ସାମ୍ନା ବିରୋଧ ଦଳର କାଉନସିଲର ମାନଙ୍କ ଭିତରେ ଫାଟକୁ ସ୍ପଷ୍ଟ କରୁଛି । ତେବେ ଏନେଇ ଅଧ୍ୟକ୍ଷାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

jittmm
Leave A Reply

Your email address will not be published.