om academy

୨୫ ଟିକିଆ ହାତୀପଲ ଆସି ନଷ୍ଟ କରିଦେଲେ ଲକ୍ଷାଧିକ ଟଙ୍କାର ଫସଲ

jsm

ଘୁ. ଉଦୟଗିରି : ଘୁ. ଉଦୟଗିରି କଳିଙ୍ଗା ମୁଖ୍ୟ ସଡକ କଡେ ଅବସ୍ଥିତ ରାଇପଦା ନିକଟସ୍ତ ନିଜ ପଦରରେ ରହି ଚାଷ କରି ପରିବାର ପ୍ରତିପୋଷଣ କରୁଥିବା କେତୋଟି ଅସହାୟ ଗରିବ ପରିବାରର ଜୀବନ ଜୀବିକା ଉଜାଡ଼ି ଦେଇଛନ୍ତି ୨୫ ଟିକିଆ ହାତୀପଲ । ସୂଚନା ଅନୁସାରେ ଗତକାଲି ରାତିରେ ୨୫ ଟିକିଆ ହାତୀପଲ ହଟାତ୍ ରାଇପଦା ନିକଟରେ ଚାଷ କାର୍ଯ୍ୟ ପରିବାର ପ୍ରତିପୋଷଣ କରୁଥିବା ବିରାଜିନି ସାହୁ, ସିମାଞ୍ଚଳ ପ୍ରଧାନ, ଶୈଳାଶ ଚନ୍ଦ୍ର ନାୟକ ଏବଂ ଅନ୍ୟାନ୍ୟ ଲୋକଙ୍କ ବାଡ଼ି ବଗିଚାରେ ପଶି ଲକ୍ଷାଧିକ ଟଙ୍କାର ଫସଲ କ୍ଷୟକ୍ଷତି କରିଛନ୍ତି । ସେମାନେ ରହୁଥିବା ଘର ମଧ୍ୟ ଭାଙ୍ଗିଛନ୍ତି ଓ ଆମ୍ବ ଗଛ, ପଣସ ଗଛ, କଦଳୀ, ବାଉଁଶ, ନଡ଼ିଆ, ସପୁରୀ ଭଳି ଅନେକ ମୂଲ୍ୟବାନ ଗଛ ନଷ୍ଟ କରିବା ସଙ୍ଗେ ସଙ୍ଗେ ରଖାଯାଇଥିବା ୧୨ ବସ୍ଥା ଧାନ ମଧ୍ୟ ନଷ୍ଟ କରିଦେଇଛନ୍ତି । ଏଣୁ ଏହି ଗରିବ ଲୋକଙ୍କ ପରିବାର ପ୍ରତିପୋଷଣ ନିମନ୍ତେ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ଅଞ୍ଚଳବାସୀ ସରକାରଙ୍କ ନିକଟରେ ବିନମ୍ର ଅନୁରୋଧ କରୁଛନ୍ତି ।

Leave A Reply

Your email address will not be published.