୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବ୍ରହ୍ମପୁର ଉପଖଣ୍ଡରେ ବିଭିନ୍ନ ପ୍ରତିଯୋଗିତାର ଫଳାଫଳ ଘୋଷିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୭୭ତମ ସାଧାରଣତନ୍ତ୍ର ଦିବସ ୨୦୨୬ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାଗୁଡିକ ୦୯.୦୧.୨୦୨୬ , ୧୦.୦୧.୨୦୨୬ ଓ ୧୧.୦୧.୨୦୨୬ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଗୁଡ଼ିକ ଉପଜିଲ୍ଲାପାଳଙ୍କ କାøର୍ଯ୍ୟାଳୟ, ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଭା.ପ୍ର.ାସଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରତିଯୋଗିତା ଗୁଡିକରେ ଡକ୍ଟର ପିନାକୀ ମହାନ୍ତି, ଅଧ୍ୟକ୍ଷ, ରାମ ନାରାୟଣ ଡ଼ିଗ୍ରୀ କଲେଜ, ସୁଶ୍ରୀ ସୁନିତା କୁମାରୀ ବେହେରା, ରାଜନୀତି ବିଜ୍ଞାନ ଅଧ୍ୟାପକ, ଚିତ୍ତରଞ୍ଜନ ପଟ୍ଟନାୟକ, ଅବସରପ୍ରାପ୍ତ ରିଡର୍, ଗୋପାଳପୁର ମହାବିଦ୍ୟାଳୟ ବକ୍ତୁତାରେ ମୂଲ୍ୟାଙ୍କନ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଚିତ୍ତରଞ୍ଜନ ଗୌଡ଼, ଗୋପାଳକୃଷ୍ଣ ପାଢ଼ୀ, ରଙ୍କନିଧି ବେହେରା ଚିତ୍ରାଙ୍କନରେ ମୂଲ୍ୟାଙ୍କନ କରିଥିଲେ । ସେହିପରି ପ୍ରବନ୍ଧ ପ୍ରତିଯୋଗିତାରେ ଶ୍ରୀମତୀ ବାଣୀ ପଟ୍ଟନାୟକ ଅବସରପ୍ରାପ୍ତ ଅଧ୍ୟାପକ ମୂଲ୍ୟାଙ୍କନ କରିଥିଲେ । ପ୍ରବନ୍ଧ ପ୍ରତିଯୋଗିତାରେ ଷଷ୍ଠରୁ ସପ୍ତମ ସ୍ତରରେ ପ୍ରଥମ ସୁଶ୍ରୀ ସିମ୍ରନ୍ ଜେନା, ସପ୍ତମ, ମା’ ସରସ୍ଵତୀ ବିଦ୍ୟା ମନ୍ଦିର, ଶିବାନନ୍ଦ ନଗର, ଦ୍ଵିତୀୟ ପ୍ରୀତି ପ୍ରିୟଦର୍ଶିନୀ ସାହୁ, ସପ୍ତମ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରାମହରି ନଗର, ବ୍ରହ୍ମପୁର, ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଶ୍ରୀୟାଶ୍ରୀ ଜେନା, ସପ୍ତମ, କଳିଙ୍ଗ ବିଦ୍ୟା ମନ୍ଦିର, ରଘୁପତି ନଗର, ବ୍ରହ୍ମପୁର । ଅଷ୍ଟମରୁ ଦଶମ ସ୍ତରରେ ପ୍ରଥମ ଶିବରାମ ଆପଟ୍ଟ, ନବମ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗୋସାଣିନୂଆଗାଁ, ଦ୍ଵିତୀୟ ସୁଜ୍ଞାନୀ ଚୌଧୁରୀ, ନବମ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗୋସାଣିନୂଆଗାଁ, ତୃତୀୟ ସ୍ଥାନରେ ପ୍ରତିଜ୍ଞା ପୁରୋହିତ, ନବମ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରାମହରି ନଗର, ବ୍ରହ୍ମପୁର, ଓ ଅନିଶା ପାଣି, ନବମ ମା ସରସ୍ଵତୀ ବିଦ୍ୟାମନ୍ଦିର, ଶିବାନନ୍ଦ ନଗର । ସେହିପରି ମହାବିଦ୍ୟାଳୟ ସ୍ତରରେ ପ୍ରଥମ କେ. ବିଶେଶ୍ୱରୀ, ଯୁକ୍ତ ତିନି ପ୍ରଥମ ବର୍ଷ, ଦ୍ଵିତୀୟ. ସୋନାକ୍ଷୀ ବେହେରା, ଡିପ୍ଲୋମା, କମ୍ପ୍ୟୁଟର ବିଜ୍ଞାନ, ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ, ବ୍ରହ୍ମପୁର, ତୃତୀୟ ଅଭିପ୍ସା ପଣ୍ଡା, କମ୍ପ୍ୟୁଟର ବିଜ୍ଞାନ, ତୃତୀୟ ବର୍ଷ, ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ, ବ୍ରହ୍ମପୁର । ସେହିପରି ବକ୍ତୃତା ପ୍ରତିଯୋଗିତାରେ ଷଷ୍ଠରୁ ସପ୍ତମ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପ୍ରଜ୍ଞାମୟୀ ପାଢୀ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର, ଦ୍ଵିତୀୟ ସ୍ଥାନରେ ବି. ଋଷିକେଶ, ମା’ ସରସ୍ଵତୀ ବିଦ୍ୟା ମନ୍ଦିର, ଶିବାନନ୍ଦ ନଗର, ବ୍ରହ୍ମପୁର, ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଆଲୋକିତା ସାହୁ, କେ.ସି. ପବ୍ଲିକ ସ୍କୁଲ, ବ୍ରହ୍ମପୁର । ଅଷ୍ଟମରୁ ଦଶମ ସ୍ତରରେ ପ୍ରଥମ ଆଦିତ୍ୟ କୁମାର ସାହୁ, ମା’ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବାସୁଦେବ ନଗର, ବ୍ରହ୍ମପୁର, ଦ୍ଵିତୀୟ ଚିନ୍ମୟୀ ପଶୁପାଳକ, ଗୁରୁକୁଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ବ୍ରହ୍ମପୁର, ତୃତୀୟ ଆଶୁତୋଷ ସାହୁ, ସରକାରୀ ହାଇସ୍କୁଲ ,ମେଡିକାଲ କ୍ୟାମ୍ପସ, ବ୍ରହ୍ମପୁର । ମହାବିଦ୍ୟାଳୟ ସ୍ତରରେ ପ୍ରଥମ ପ୍ରିନ୍ସ ଜେନା, ଖଲ୍ଲିକୋଟ ଏକକ ବିଶ୍ଵ ବିଦ୍ୟାଳୟ, ବ୍ରହ୍ମପୁର ଦ୍ଵିତୀୟ ଅଭିଷେକ ସାମନ୍ତରାୟ, ଖଲ୍ଲିକୋଟ ଏକକ ବିଶ୍ଵ ବିଦ୍ୟାଳୟ, ବ୍ରହ୍ମପୁର, ତୃତୀୟ ସ୍ଥାନ ଅମ୍ବିକା ପ୍ରସାଦ ମହାପାତ୍ର, ଖଲ୍ଲିକୋଟ ଏକକ ବିଶ୍ଵ ବିଦ୍ୟାଳୟ, ବ୍ରହ୍ମପୁର ଓ ଦେବୀ ରୁଦ୍ରାଣୀ ପାଢ଼ୀ, ସରସ୍ଵତୀ ବିଦ୍ୟା ମନ୍ଦିର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୀଳକଣ୍ଠ ନଗର ଅଧିକାର କରିଛନ୍ତି । ଚିତ୍ରାଙ୍କନ ପ୍ରତିଯୋଗିତାରେ ଚତୁର୍ଥ – ପଞ୍ଚମ ସ୍ତରରେ ପ୍ରଥମ ପ୍ରିୟାଂଶୁ ଚୌଧୁରୀ, ଡି. ଏ .ଭି ପବ୍ଲିକ ସ୍କୁଲ, ବ୍ରହ୍ମପୁର, ଦ୍ଵିତୀୟ ଅକ୍ଷିତା ପାତ୍ର, ସେଣ୍ଟ୍ ଯୋଶେଫ କନଭେଣ୍ଟ୍ ସ୍କୁଲ, ବ୍ରହ୍ମପୁର, ତୃତୀୟ ପ୍ରତିଭା ମଲ୍ଲିକ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର, ଷଷ୍ଠ – ସପ୍ତମ ସ୍ତରରେ ପ୍ରଥମ ସାଇ ଶିବା ନିଶାଙ୍କ, ଡି-ପଲ ସ୍କୁଲ, ବ୍ରହ୍ମପୁର, ଦ୍ଵିତୀୟ ଆର୍ୟା ଆଦର୍ଶ ପଣ୍ଡା, ଡି. ଏ .ଭି ପବ୍ଲିକ ସ୍କୁଲ, ବ୍ରହ୍ମପୁର, ତୃତୀୟ ପ୍ରତ୍ୟୁଷ ଜେନା, ନିଉ ଡି-ପଲ ସ୍କୁଲ, ବ୍ରହ୍ମପୁର ଓ ହିତେଶ କୁମାର ବେହେରା, କେ.ସି ହାଇସ୍କୁଲ, ଗୋସାଣିନୂଆଗାଁ, ବ୍ରହ୍ମପୁର, ଅଷ୍ଟମ ଓ ଦଶମ ସ୍ତରରେ ପ୍ରଥମ ସ୍ନେହାଶିଷ ରାଉତ, ସେଣ୍ଟ୍ ଯୋଶେଫ କନଭେଣ୍ଟ୍ ସ୍କୁଲ, ବ୍ରହ୍ମପୁର, ଦ୍ଵିତୀୟ ଆଦ୍ୟାଶା ନେପାକ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ନୀଳକଣ୍ଠ ନଗର, ବ୍ରହ୍ମପୁର ତୃତୀୟ ସ୍ଥାନରେ ବିକ୍ରାନ୍ତ ସ୍ୱାଇଁ । ଏହି ପ୍ରତିଯୋଗିତା ଗୁଡ଼ିକ ଡେପୁଟି କଲେକ୍ଟର ସୁବ୍ରତ ରାମ ବିରାମ ଶତପଥି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ଲୋକନାଥ ଶତପଥି ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ଆୟୋଜିତ ହେଇଥିଲା ।

Leave A Reply

Your email address will not be published.