ପ୍ରାର୍ଥୀ ଅପହରଣ ବିକ୍ଷୋଭ ସତ୍ୱେ ଫଳାଫଳ ଘୋଷଣା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଆସିକା ଚିନି ଶିଳ୍ପୀ ପରିଚାଳନା ସଭାପତି ନିର୍ବାଚନରେ ରବିନ୍ଦ୍ର ପଣ୍ଡା ହେଲେ ସଭାପତି । ସଦ୍ୟ ନିର୍ବାଚନ ଫଳାଫଳକୁ ସଠିକ ଭାବେ ହୋଇନଥିବା ଅଭିଯୋଗ ଆଣିଛନ୍ତି ଅପହରଣ ହୋଇଥିବା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବରାଡ଼ । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ପରିଷଦ ପାଇଁ ସଭାପତି ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବରାଡ଼ଙ୍କୁ ଅପହରଣ କରାଯାଇଥିବା ଅଭିଯୋଗରେ ତାଙ୍କ ପରିବାର ଲୋକେ ଶିଳ୍ପର ମୁଖ୍ୟ ଫାଟକ ଆଗରେ ବିକ୍ଷୋଭ କରିଥିଲେ । ପରିସ୍ଥିତି ଅଣାୟତ ହେବରୁ ପ୍ରଶାସନ ଓ ଶାସକ ଦଳ ଅପହୃତ ପୂର୍ଣ୍ଣଙ୍କୁ ଭୋଟ କେନ୍ଦ୍ର ପାଖରେ ଛାଡିଥିଲେ । ହେଲେ ଦୁଇ ଜଣ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ରବିନ୍ଦ୍ର ପଣ୍ଡା ୧୨ ଖଣ୍ଡ ଭୋଟ ଓ ପୂର୍ଣ୍ଣ ବରାଡ଼ ୨ ଖଣ୍ଡ ଭୋଟ ପାଇଥିବା ବେଳେ ମୋଟ ୧୫ ଜଣ ଡ଼ାଇରେକ୍ଟର ଭୋଟ ଦେଇଥାନ୍ତେ । ଜଣେ ଅନୁପସ୍ଥିତ ରହିଥିବା ନିର୍ବାଚନ ଅଧିକାରୀଙ୍କ ଠାରୁ ଜଣାପଡିଛି । ଏପଟେ ବିଜେତା ରବୀନ୍ଦ୍ର ଚିନି ଶିଳ୍ପର ଉନ୍ନତି କଳ୍ପେ ତାଙ୍କର ଯଥା ସାଧ୍ୟ ଚେଷ୍ଟା ରହିବ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଯେ, ଏହି ନିର୍ବାଚନ ପାଇଁ ପ୍ରଥମରୁ ହିଁ ବାଦ ବିବାଦ ଲାଗି ରହିଥିଲା । ଶୁକ୍ରବାର ଦିନ ମନ୍ତ୍ରୀ ପ୍ରଦୀପ ଅମାତ ଆସିକାରେ ପହଁଚି ଦଳ ପକ୍ଷରୁ ରବୀନ୍ଦ୍ର ପଣ୍ଡାଙ୍କୁ ଦଳୀୟ ପାର୍ଥୀ ଭାବେ ନାମାଙ୍କନ ଦାଖଲ ପାଇଁ ନାମ ଘୋଷଣା କରିଥିଲେ ।ତେବେ ଏହି ନିଷ୍ପତିରେ ଅସନ୍ତୋଷ ହୋଇ ବିଜେଡି ଶିବିରରେ ପୂର୍ଣ୍ଣ ବରାଡ ଥିଲେ ମଧ୍ୟ ସେ ନାମାଙ୍କନ ଦାଖଲ କରିଥିଲେ । ଏଭଳି ପରିସ୍ଥିତି ଯୋଗୁଁ ଦଳ ପାଇଁ ଚିନ୍ତା ବଢାଇଥିଲା । ହେଲେ ଭୋଟ କେନ୍ଦ୍ରକୁ ପୂର୍ଣ୍ଣ ଯିବା ପୂର୍ବରୁ ସେ ମନ୍ଦିରକୁ ଦର୍ଶନ କରି ଫେରୁଥିବା ବେଳେ ତାଙ୍କୁ କିଛି ଜଣ କିଡନାପ କରିଥିଲେ । ଏକଥା ପ୍ରଘଟ ହେବା ପରେ ପୂର୍ଣ୍ଣଙ୍କ ପରିବାର ଲୋକେ ଓ ସମର୍ଥକ ଚିନିଶିଳ୍ପ ଆଗରେ ବିକ୍ଷୋଭ କରିଥିଲେ । ପ୍ରଶାସନ ହେଉ ଅବା ଅପହରଣକାରୀଙ୍କ ପାଇଁ ଏହା ଅଡ଼ୁଆ ସୃଷ୍ଟି ଭୟରେ ପୂର୍ଣ୍ଣକୁ ଭୋଟ କେନ୍ଦ୍ର ପାଖରେ ତାଙ୍କୁ ଛାଡିବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲେ । ସେ ଭୋଟ କେନ୍ଦ୍ରକୁ ଯିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା ବୋଲି ଜଣାପଡିଛି ।

Leave A Reply

Your email address will not be published.

error: Content is protected !!