om academy

ମହିଳା ଚାଷୀମାନଙ୍କୁ ଫଳ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

jsm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ଗାଁର ମହିଳା ଦଳ ଓ ଉତ୍ପାଦକ ଗୋଷ୍ଠୀ ମହିଳା ସଦସ୍ୟାମାନଙ୍କୁ ବାସୁଦେବ ପଣ୍ଡା ଫାଉଣ୍ଡେସନ ଓ ସଷ୍ଟେନେବୁଲ ଗ୍ରୀନ ଇନିସେଟଭିର ସହଯୋଗରେ ଶ୍ରମିକ ଶକ୍ତି ସଙ୍ଘ ଦ୍ଵାରା ଆମ୍ବ, ଲେମ୍ବୁ, ଡାଳିମ୍ବ, ଜାମୁକୋଳି ଫଳଚାରା ୫୦ ହଜାର ବଣ୍ଟନ କରାଯାଇଛି । ନିଜ ଘର ବାଡ଼ିରେ ଗଛ ଲଗାଇ ଫଳକୁ ନିଜେ ବ୍ୟବହାର କରିବା ସହିତ କିଛି ବିକ୍ରି କରି ଅର୍ଥ ଉପାର୍ଜନ କରିପାରିବେ । ପ୍ରକାଶ ଥାଉକି କି ଶ୍ରମିକ ଶକ୍ତି ସଙ୍ଘ ବିଭିନ୍ନ ସମୟରେ ସଂସ୍ଥାମାନଙ୍କ ସହିତ ଯୋଗାଯୋଗ କରି ଫଳଚାରା ବଣ୍ଟନ କରି ଏକ ଉଦାହରଣ ସୃଷ୍ଟି କରି ପାରିଛି । ଚାଷୀମାନଙ୍କ ମଧ୍ୟରେ ଫଳ ଚାଷ କରିବା ପାଇଁ ଆଗ୍ରହ ବଢ଼ିବାରେ ଲାଗିଛି । ଆଗାମୀ ବର୍ଷମାନଙ୍କ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲାରେ ବାସୁଦେବ ପଣ୍ଡା ଫାଉଣ୍ଡେସନ ତରଫରୁ ଫଳ ଚାରା ବଣ୍ଟନ କରିବା ପାିିଁ ଧାର୍ଯ୍ୟ କରାଯାଇଛି । ଶ୍ରମିକ ଶକ୍ତି ସଙ୍ଘର ସଭାପତି ଥବୀର ସିଂ ଧରୁଆଙ୍କ ତତ୍ଵାବଧାନରେ ଓ ସମସ୍ତ କର୍ମୀଙ୍କ ସହଯୋଗରେ ଚାରା ବଣ୍ଟନ କାର୍ଯ୍ୟକ୍ରମ ପରିଚାଳନା କରାଯାଇଛି ।

Leave A Reply

Your email address will not be published.